ଯେତେବେଳେ ଆର୍ଥିକ ସଙ୍କଟରେ ପଡ଼ିଥିଲେ ଅମିତାଭ, ସେତେବେଳେ ସାହାରା ବନିଥିଲେ ସୁବ୍ରତ

1 min read

ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ପାଇଁ ସାହାରା ପାଲଟିଥିଲେ ସୁବ୍ରତ ରାୟ । ସାହାରା ଗ୍ରୃପର ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ ଘଟିଛି । ମଙ୍ଗଳବାର ତାଙ୍କର ପରଲୋକ ଘଟିଥିବାବେଳେ ସାହାରା ଇଣ୍ଡିଆରେ ନିବେଶ କରିଥିବା ହିତାଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି । ତେବେ ସୁବ୍ରତ ଏବଂ ଅମିତାଭ ବଚ୍ଚନଙ୍କ ସମ୍ପର୍କ ଅତି ପୁରୁଣା । ଯେତେବେଳେ ଆର୍ଥିକ ସଙ୍କଟରେ ଅମିତାଭ ବଚ୍ଚନ ପଡ଼ିଥିଲେ ସେତେବେଳେ ସୁବ୍ରତ ତାଙ୍କୁ ସହଯୋଗ ହାତ ବଢ଼ାଇଥିଲେ । ସାହାରା ଶ୍ରୀ ଭାବେ ଜଣାଶୁଣା ସୁବ୍ରତଙ୍କ ଅମିତାଭ ବଚ୍ଚନଙ୍କ ସହ ସମ୍ପର୍କ ବେଶ ଗଭୀର । ୯୦ ଦଶକରେ ଅମିତାଭ ଏକ କମ୍ପାନୀ କରିଥିଲେ । ABCL ନାମରେ ଏହି କମ୍ପାନୀ ରହିଥିଲା । ଫିଲ୍ମ ପ୍ରଡକ୍ସନ ଏବଂ ମ୍ୟୁଜିକ ରାଇଟସ ସେଲ ଆଦି କାମ ରହିଥିଲା । ମାତ୍ର ଏହା ଦିନକୁ ଦିନ ଖରାପ ସ୍ଥିତିକୁ ଗତି କରିବା ସହ ବ୍ୟବସାୟରେ ଦେବାଳିଆ ହେବାକୁ ବସିଥିଲେ ଅମିତାଭ ବଚ୍ଚନ । ଋଣଭାର ବଢ଼ି ଯାଇଥିବାବେଳେ ସେ ଚିନ୍ତାରେ ପଡ଼ି ଯାଇଥିଲେ । ଏଭଳି ଏକ ଘଡ଼ିସନ୍ଧି ସମୟରେ ସାହାରା ପାଲଟିଥିଲେ ସୁବ୍ରତ । ବିଗ ବିଙ୍କୁ ଆର୍ଥିକ ସାହାର୍ଯ୍ୟ କରିଥିବା କୁହାଯାଏ ।