spot_img

Latest Posts

ସୁଶାନ୍ତ ମାମଲା: ବଲିଉଡର ତିନି ଖାନଙ୍କ ଉପରେ ବର୍ଷିଲେ ସୁବ୍ରମଣ୍ୟମ୍ ସ୍ୱାମୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସୁବ୍ରମଣ୍ୟମ ସୁଶାନ୍ତଙ୍କ ନ୍ୟାୟ ପାଇଁ ଅଭିନେତାଙ୍କ ପ୍ରଶଂସକଙ୍କ ସହ ଠିଆ ହୋଇଛନ୍ତି। ବିଜେପି ନେତା ମଧ୍ୟ ଏବେ ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏହି ସମୟରେ, ସୁବ୍ରମଣ୍ୟମ ସ୍ୱାମୀ ବଲିଉଡର ତିନି ଖାନଙ୍କୁ ଟାର୍ଗେଟ କରି କହିଛନ୍ତି।

ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆରେ ଏକ ଟ୍ୱିଟ କରି ବଲିଉଡର ୩ ଖାନ, ଶାହରୁଖ, ସଲମାନ ଏବଂ ଆମୀରଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ୍ ଟ୍ୱିଟ୍ କରି ଏହି କଳାକାରମାନଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି- ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡର ବାହୁବଳୀ ସଲମାନ, ଶାହରୁଖ ଏବଂ ଆମୀର କାହିଁକି ଚୁପ୍ ଅଛନ୍ତି? ସେମାନେ କାହିଁକି କିଛି କହୁ ନାହିଁ? ଏହି ତିନି କଳାକାର ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, କିନ୍ତୁ ଏବେ ମାମଲା ଆଉ କିଛି ରହିଛି । ଲୋକଙ୍କ ଦୃଷ୍ଟିରେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି, ବରଂ ସେ ନେପୋଟିଜିମ୍ ର ଶିକାର ହୋଇଥିଲେ। ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁ ନେଇ ସିବିଆଇ ଯାଞ୍ଚ ପାଇଁ ଦାବି କରାଯାଇଛି ।

https://twitter.com/dpakjack/status/1281628440211288064?s=20

ତେବେ ତିନି ଖାନ କାହିଁକି ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁନାହାଁନ୍ତି ବୋଲି ପଚାରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । ସୁବ୍ରମଣ୍ୟମ ସ୍ୱାମୀ ଙ୍କରଏହି ପୋଷ୍ଟକୁ ସୁଶାନ୍ତଙ୍କ ପ୍ରଶଂସକମାନେ ସପୋର୍ଟ କରିଛନ୍ତି। ଜଣେ ୟୁଜର କହିଛନ୍ତି ଯେ ଯେତେବେଳେ ସଞ୍ଜୟ ଦତ୍ତ ଜେଲ୍ ରେ ଥିଲେ, ସେତେବେଳେ ତାଙ୍କୁ ସମର୍ଥନ କରିବାକୁ ବଲିଉଡର ସମସ୍ତ ତାରକା ଆଗେଇ ଆସିଥିଲେ । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁରେ ଏମିତି ଦେଖିବାକୁ ମିଳୁ ନାହିଁ। ଏଥି ସହ ଅକ୍ଷୟ କୁମାରଙ୍କ ଉପରେ ମଧ୍ୟ କିଛି ଲୋକେ ରାଗିଛନ୍ତି। ତାଙ୍କ ଫିଲ୍ମକୁ ବୟକଟ୍ କରିବା କଥା ମଧ୍ୟ ସାମ୍ନାକୁ ଆସିଛି ।

କିଛି ଦିନ ପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ, ସେ ସୁଶାନ୍ତ ମାମଲାରେ ଜଣେ ଓକିଲ ନିଯୁକ୍ତ କରିଛନ୍ତି ଏବଂ ସମସ୍ତ ଜରୁରୀ ତଥ୍ୟ ସଂଗ୍ରହ କରିବାକୁ ଓକିଲଙ୍କୁ କୁହାଯାଇଛି। ଏହା ବ୍ୟତୀତ ସୁବ୍ରମଣ୍ୟମ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଏହି ମାମଲାରେ ସିବିଆଇ ତଦନ୍ତ କରାଯିବ। ଏଥିପାଇଁ ସ୍ୱାମୀଙ୍କୁ ଜବରଦସ୍ତ ସମର୍ଥନ ମିଳିଥିଲା।

Latest Posts

Don't Miss