ସୁବ୍ରମଣ୍ୟମ ସ୍ୱାମୀଙ୍କ ଆଶଙ୍କା, ସେନା ହେଲିକପ୍ଟର ଦୁର୍ଘଟଣା ପଛରେ ସାଇବର ଆଟାକ୍ !

1 min read
Subramanian Swamy Indicates Cycber Attack In IAF Chopper Crash

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ଜଙ୍ଗଲରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି । ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍-ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟର ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏମଆଇ-୧୭ ହେଲିକପ୍ଟର ଗଛ ସହ ମାଡ଼ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗି ଯାଇଥିଲା । ଏପରିକି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି ଯେ, ଦୁଇରୁ ତିନି ଜଣ ବ୍ୟକ୍ତି ଜଳନ୍ତା ଅବସ୍ଥାରେ ହେଲିକପ୍ଟରରୁ ତଳକୁ ଡେଇଁ ଥିଲେ । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ସୁବ୍ରମଣ୍ୟମ ସ୍ୱାମୀ ହେଲିକପ୍ଟର ଦୁର୍ଘଟଣା ପଛରେ ସାଇବର ଆଟାକ୍ ଷଡ଼ଯନ୍ତ୍ର ଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି ।

Subramanian Swamy Indicates Cycber Attack In IAF Chopper Crash

ଇଂରାଜୀ ୱେବସାଇଟ୍ ପିଗୁରୁ ଡଟ୍ କମକୁ (pgurus.com) ଦେଇଥିବା ସାକ୍ଷାତକାରରେ ସ୍ୱାମୀ ହେଲିକପ୍ଟର ଦୁର୍ଘଟଣାକୁ ସହଜରେ ଗ୍ରହଣ କରି ନାହାନ୍ତି । ସେ କହିଛନ୍ତି ଯେ, ତାମିଲନାଡୁରେ ହେଲିକପ୍ଟର ଟେକ୍ ଅଫ୍ କରିବା ପରେ ଦୁର୍ଘଟଣା ହେବା ଘଟଣାକୁ ସେ ସହଜରେ ନେଇ ପାରୁନାହାନ୍ତି । ଏହା ପଛରେ ସାଇବର ଆଟାକ ଷଡ଼ଯନ୍ତ୍ର ଥାଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିପିନ ରାୱତ ଏକମାତ୍ର ବ୍ୟକ୍ତି ଯିଏ ଚୀନକୁ ଭାରତ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ଖୋଲଖୋଲି କହିଛନ୍ତି । ଏମିତିରେ ଚୀନ ତାଙ୍କୁ ନେଇ ସନ୍ତୁଷ୍ଟ ନାହିଁ ।

ଏଥିସହ ପଢ଼ନ୍ତୁ: ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ, ମୃତଦେହର ହେବ DNA ଟେଷ୍ଟ

ସ୍ୱାମୀଙ୍କ ଏଭଳି ବକ୍ତବ୍ୟରୁ ଜଣା ପଡୁଛି ଯେ, ସେ ଦୁର୍ଘଟଣା ପଛରେ ଚୀନ ହ୍ୟାକରଙ୍କ ଷଡ଼ଯନ୍ତ୍ର ଆଡକୁ ଇଙ୍ଗିତ କରୁଛନ୍ତି । ସୂଚନାଯୋଗ୍ୟ ଯେ, ବିପିନ ରାୱତଙ୍କ ଅମଳରେ ହିଁ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ସହିତ ଚୀନକୁ ଭାରତ, ଡୋକଲାମ ଓ ଲଦାଖର ଗଲବାନର କଡା ଟକ୍କର ଦେଇଥିଲା । ରାୱତଙ୍କ ରଣନୀତି ଚୀନକୁ ଲକ୍ଷ୍ୟ କରି ତିଆରି ହୋଇଥାଏ ।

Leave a Reply