ନନ୍ଦିଗ୍ରାମରେ ବିଜେପି ବିଜୟୀ, ଶୁଭେନ୍ଦୁଙ୍କ ଗଡରେ ତିଷ୍ଠିଲେନି ଦିଦି
1 min readକୋଲକାତା: କଭି ଖୁସି, କଭି ଗମ । କେଇଟି ମୂହୂର୍ତ୍ତରେ ଓଲଟିଗଲା ଖେଳ । ନନ୍ଦିଗ୍ରାମରେ ବିଜୟର ସିମ୍ବଲ ଦେଖାଇଥିବା ଦିଦି ଏବେ ପରାଜୟ ହୋଇଛନ୍ତି । ଶେଷ ରାଉଣ୍ଡ ସୁଦ୍ଧା ଅର୍ଥାତ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ବିଜୟୀ ହୋଇଛନ୍ତି । ସେପଟେ ପଶ୍ଚିମବଙ୍ଗରେ ରେକର୍ଡ ସ୍ୱତେ ଦିଦି ନିଜ ଆସନରେ ପରାଜୟ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଶେଷ ରାଉଣ୍ଡ ଗଣତି ସୁଦ୍ଧା ଶୁଭେନ୍ଦୁ ଅଧିକାରୀ ୧୯୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
Don't worry about Nandigram, I struggled for Nandigram because I fought a movement. It's ok. Let the Nandigram people give whatever verdict they want, I accept that. I don't mind. We won more than 221 seats & BJP has lost the election: West Bengal CM Mamata Banerjee pic.twitter.com/jmp098PF2A
— ANI (@ANI) May 2, 2021
ମାତ୍ର ଏକ ଘଣ୍ଟା ପୂର୍ବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମରେ ୧୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଖବର ଆସିଥିଲା । ସେପର୍ଯ୍ୟନ୍ତ ମଧ୍ୟ ଭୋଟ ଗଣତି ଶେଷ ହୋଇନଥିଲା । ସେପଟେ ଶେଷ ରାଉଣ୍ଡରେ ମମତା ହାରିଥିବା ଖବର ଏବେ ସାମ୍ନାକୁ ଆସିଛି । ଅର୍ଥାତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୯୦୦ରୁ ଅଧିକ ଭୋଟରେ ଜିତିଛନ୍ତି । ହିନ୍ଦୁତ୍ୱ କାର୍ଡ ଖେଳିଥିବା ଶୁଭେନ୍ଦୁ ଏବଂ ମୁସଲିମ ଗୋଷ୍ଠୀକୁ ନେଇ ରାଜନୈତିକୁ ଅବତୀର୍ଣ୍ଣ ହୋଇଥିବା ମମତା ବାନାର୍ଜୀଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଶେଷ ରାଉଣ୍ଡ ଭୋଟ ଗଣତିରେ ମମତା ଜିତୁଥିବା ଖବର ପ୍ରକାଶ ପାଇଥିଲା ହେଲେ ମାତ୍ର ଘଣ୍ଟାକ ଭିତରେ ଖେଲ ଓଲଟପାଲଟ ହୋଇଗଲା ।
ସେପଟେ ନନ୍ଦିଗ୍ରାମରେ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି ନନ୍ଦିଗ୍ରାମର ପରାଜୟକୁ ମୁଁ ସ୍ୱିକାର କରୁଛି । କିନ୍ତୁ ସମଗ୍ର ପଶ୍ଚିମବଙ୍ଗରେ ମିଳିଥିବା ବହୁମତ ପାଇଁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ପରାଜୟ ପରେ ଦିଦି ସୁପ୍ରିମକୋର୍ଟରେ ଏନେଇ ମାମଲା କରିବେ ବୋଲି କହିଛନ୍ତି । ନନ୍ଦିଗ୍ରାମ ପରାଜୟ ପଛରେ ନିର୍ବାଚନ କମିସନଙ୍କ ହାତ ରହିଛି । ଜାଣି ଶୁଣି ସେଠାରେ ବିଜେପିକୁ ଜିତାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।