ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁର ଦମଦାର ଲଭଷ୍ଟୋରୀ, ଦାମୀ ଗିଫ୍ଟ ଦେଇ ମହିଳାଙ୍କୁ ଫସାଉଥିଲା ଚିତ୍ତରଞ୍ଜନ

ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗରରେ ଆତ୍ମହତ୍ୟା କରିଥିବା ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ତଥା ଡ୍ରାଇଭର ଚିତ୍ତରଞ୍ଜନର ଥିଲା ଦମଦାର ଲଭଷ୍ଟୋରୀ । ଦାମୀ ଗିଫ୍ଟ ଦେଇ ଦିଲ୍ ଜିତୁଥିଲା ଚିତ୍ତରଞ୍ଜନ । ସେ ଏକାଧିକ ମହିଳାଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲା । ରିମାଣ୍ଡ ସମୟରେ ସତ ଉଗାରିଛି ଚିତ୍ତରଞ୍ଜନ । କେବଳ ଶୁଭଶ୍ରୀ ନୁହେଁ, ନିଜ ଜାଲରେ ଏକାଧିକ ମହିଳାଙ୍କୁ ଫସାଇଥିଲା ଚିତ୍ତ ।

ସୋସିଆଲ ମିଡିଆରେ ବିବାହିତା ମହିଳାଙ୍କୁ ଟାର୍ଗେଟ କରୁଥିଲା ଚିତ୍ତ । ବୁଦ୍ଧି ବଳ ପ୍ରୟୋଗ କରି କିଛିଦିନ ମଉଜ କରିବା ପରେ ମହିଳାଙ୍କୁ ଛାଡ଼ି ଚାଲି ଯାଉଥିଲା । କିନ୍ତୁ ଶୁଭଶ୍ରୀଙ୍କ ଘଟଣାରେ ସବୁ ବୁଦ୍ଧି ପ୍ରୟୋଗ ସତ୍ତ୍ୱେ ଧରାପଡ଼ିଥିଲା ଚିତ୍ତରଞ୍ଜନ । ଗତକାଲି ପୋଲିସ ଚିତ୍ତକୁ ରିମାଣ୍ଡରେ ନେଇଛି । ଆଜି ତା’ର ରିମାଣ୍ଡ ଅବଧି ଶେଷ ହେବ । ରିମାଣ୍ଡ ସମୟରେ ଜେରାରୁ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ।