spot_img

Latest Posts

ପୁଣି ରିମାଣ୍ଡରେ ଗଲା ଶୁଭମିତ୍ରା ମର୍ଡର କେସ ଅଭିଯୁକ୍ତ ଦୀପକ ରାଉତ

ନନ୍ଦିଘୋଷ ବ୍ୟୁରୋ : ସିରିଏଲ କିଲର ପାଲଟିଥିଲା ସାଇକୋ ଦୀପକ । ରିମାଣ୍ଡ ବେଳେ କହିଲା ସାଙ୍ଘାତିକ ସତ । ଦିନିକିଆ ରିମାଣ୍ଡରେ ଦୀପକକୁ ନେଇଛି ଖୁଣ୍ଟୁଣି ଥାନା ପୋଲିସ । ଦଗାଦିଆ ଦୀପକର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । ଟଙ୍କା ପାଇଁ ସେ ପାଲଟୁଥିଲା ପାଗଳ । ଗୋଟିଏ ପରେ ଗୋଟିଏ ଗଡାଉଥିଲା ମୁଣ୍ଡ । ୨୦୨୫ର ସବୁଠାରୁ ଚର୍ଚ୍ଚିତ ମର୍ଡର କେସ ପାଲଟିଥିଲା ଶୁଭମିତ୍ରା ହତ୍ୟାକାଣ୍ଡ । ତେବେ ଆଳୁ ଖୋଳୁ ମହାଦେବ ବାହାରିବା ଭଳି ପରେ ଦୀପକ ତାର ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା ନେଇ ଝିଅ ଘର ଆଣିଥିଲେ ଅଭିଯୋଗ । ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋର ପୁର ଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପୋଲିସ ଆଗରେ କହିଥିଲା ଦୀପକ । ତଦନ୍ତକାରୀ ଅଧିକାରୀ ଡିଏସପି ଅଜୟ ଦାସ ଦୁର୍ଘଟଣା ମାମଲାର ସମସ୍ତ ନଥିପତ୍ରକୁ ଜବତ କରିବା ସହ ଅପର୍ଣ୍ଣାଙ୍କ ପରିବାରର ୮ ଜଣ ସଦସ୍ୟ, ଦୁର୍ଘଟଣା ମାମଲାର ତଦନ୍ତକାରୀ ଅଧିକାରୀ, ସାକ୍ଷୀ ଓ ତତ୍କାଳୀନ ଖୁଣ୍ଟୁଣି ଥାନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ଅପର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ଓ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

ପୂର୍ବରୁ ଝାରପଡା ଜେଲରେ ଖୁଣ୍ଟୁଣି ଥାନା ପୋଲିସ ଦୀପକକୁ ପଚରାଉଚରା କରିଥିବା ବେଳେ ପୁଣି ଗୁରୁତ୍ୱପୂର୍ଣ୍ଣ କ୍ଲୁ ପୋଲିସ ହାତରେ ଲାଗିଛି । ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିବା ଦୀପକର ଭାଇ, ଭାଉଜଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପୂର୍ବରୁ ପଚରାଉଚରା କରାଯାଇଛି। ଦୀପକର ଧରମ ଭଉଣୀ ତଥା କମିଶନରେଟ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କୁ ମଧ୍ୟ ଜେରା କରିଥିଲା ପୋଲିସ । ସେପଟେ ଅପର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁନଃ ଯାଞ୍ଚ କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅପର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଉଥରେ ଯାଞ୍ଚ କରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ଚୁଡ଼ାନ୍ତ ରିପୋର୍ଟରୁ ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପୁନଃ ଯାଞ୍ଚ ପରେ ମଧ୍ୟ ତାହା ଦୁର୍ଘଟଣା ଜନିତ କ୍ଷତ ନୁହେଁ ବୋଲି ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ଗତବର୍ଷ ଡିସେମ୍ବର ୧ ତାରିଖରେ ଶୁଭମିତ୍ରା ହତ୍ୟା ଘଟଣାରେ ୬୮୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା କମିଶନରେଟ ପୋଲିସ। ଏ ଚର୍ଚ୍ଚିତ ଘଟଣାରେ ୩ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି ୧୨ ଜଣ ।

Latest Posts

Don't Miss