ରାଜ୍ୟରେ ଚାଲିଛି ମୋଦାନୀ ସରକାର !  

ଭୁବନେଶ୍ବର :  ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଠକିଛନ୍ତି ମୋହନ ସରକାର । ସୁଭଦ୍ରା ଯୋଜନାରେ ରାଜ୍ୟ ସରକାର ମାସକୁ ୮୩୩ ଟଙ୍କା ମହିଳାଙ୍କୁ ଦେବେ ।  ୮୩୩ ଟଙ୍କାରେ ମହିଳା କିପରି ଉଦ୍ଯୋଗୀ ହେବେ । କେତେ ମହିଳା ସାମିଲ ହେବେ । ଏନେଇ ଶ୍ୱେତ ପତ୍ର ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଏବେ କାହିଁକି ଏଥିରେ ପଛଘୁଞ୍ଚା ଦିଆଯାଉଛି । ଓଡିଶାକୁ ଲୁଟିବା ପାଇଁ ଷଡଯନ୍ତ୍ର କରୁଛି ବିଜେପି । ଆଦାନୀକୁ କାହିଁକି ଧାମରା ବନ୍ଦର ଦିଆଯିବ। ଏହା କଣ ଓଡିଆ ଅସ୍ମିତା । ଆଗକୁ ଭୁବନେଶ୍ବର ବିମାନ ବନ୍ଦର ଦିଆଯିବ। ପୁରା ଓଡ଼ିଶାକୁ ଗୁଜୁରାଟ ମଡେଲ କରିବାକୁ ଦିଆଯାଉଛି । ଓମଫେଡ ବି ଦଖଲ କରିବାକୁ ଷଡଯନ୍ତ୍ର କରିଛି ବିଜେପି ।

ରାଜ୍ୟରେ ମୋହନ ମାଝୀ ସରକାର ନୁହେଁ, ମୋଦାନି ସରକାର ଚାଲିଛି ବୋଲି କହିଛି କଂଗ୍ରେସ  । ଗୋପାଳପୁର ଓ ଧାମରା ବନ୍ଦର ନାମ ପରିବର୍ତ୍ତନ କରି ଆଦାନି ପୋର୍ଟ କରାଗଲେ ବିରୋଧ ହେବ । ଏହାକୁ ଓଡିଶା ବାସୀ ଗ୍ରହଣ କରିବେନି । ଓଡିଆ ଅସ୍ମିତା ପାଇଁ କଂଗ୍ରେସ ଲଢେଇ ଜାରି ରଖିବ । ଲୋକଙ୍କ ଚିଟଫଣ୍ଡ ଟଙ୍କା କେବେ ଫେରିବ । ରାଜ୍ୟପାଳ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବି ବର୍ଷିଲା କଂଗ୍ରେସ । କାହିଁକି ଓଡିଆ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପରେ କାହିଁକି ପୋଲିସ୍ ଚୁପ୍ । କେବେ ଏଏସଓ ପରିବାରକୁ ନ୍ୟାୟ ମିଳିବ ।  ଏ କଣ ଓଡିଆ ଅସ୍ମିତା ନା ଗୁଜୁରାଟ ମଡେଲ  । ମୋହନ ମାଝୀ ସରକାରଙ୍କ ସମୟରେ ମହିଳା ଅତ୍ୟାଚାର ବଢ଼ିଛି ବୋଲି କହିଛି କଂଗ୍ରେସ ।