ପୁଣି ପ୍ରଭାତୀଙ୍କ ଆଶ୍ବାସନା ; ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର
ଭୁବନେଶ୍ୱର : ପୋର୍ଟାଲରେ ଅଣ୍ଡର ପ୍ରୋସେସ ଦେଖାଉଥିବା ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କେଓ୍ବାଇସି ଯାଞ୍ଚ ସମସ୍ୟା ଥିବାରୁ ଏବେ ଏହି ୫ ଲକ୍ଷ ୧୧ ହଜାର ଆବେଦନ କରିଥିବା ମହିଳାଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ଓଟିପି ଜରିଆରେ କେଓ୍ବାସି କରିଥିଲେ ବି ବାୟୋମେଟ୍ରିକ ଜରିଆରେ କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । କେୱାଇସି ଅପଡେଟ ହୋଇନଥିବାରୁ ଅଟକିଛି ସେମାନଙ୍କ ଏହି ଆବେଦନ । ଏହି ସବୁ କେଓ୍ବାଇସି ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ ।
କମନ ସର୍ଭିସ ସେଣ୍ଟର ଜନ ସେବା କେନ୍ଦ୍ରରେ କେୱାଇସି ଯାଞ୍ଚ କରି ପାରିବେ । ଅନ୍ୟପଟେ ଏବେ ଯାଏଁ ୩୧ ହଜାର ମହିଳା ଅପ୍ଟ ଆଉଟ ହେଇଛନ୍ତି । ସେମାନେ ଆଉ ଥରେ ଅଭିଯୋଗ କରି ପାରିବେ । ସେମାନଙ୍କ କଥା ବି ବିଚାର କରାଯିବ । ପୋର୍ଟାଲ ଜରିଆରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ବାତିଲ ହୋଇଥିବା ୨ ଲକ୍ଷ ୮୧ ହଜାର ଆବେଦନର ୧୫ ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଆବେଦନ ପଡିରହିଛି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀ ପରିଡା ।