spot_img

Latest Posts

ସୁଭଦ୍ରା ଯୋଜନାର ID ହ୍ୟାକ, ଅସନ୍ତୋଷ ଜନସାଧାରଣ

ଭଦ୍ରକ: ସୁଭଦ୍ରା ଯୋଜନାର ID ହ୍ୟାକ। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଅସନ୍ତୋଷ ଜନସାଧାରଣ। ଆଇଡି ହ୍ୟାକ ହେବାରୁ ଆସୁଛି ଅନ୍ୟ ରାଜ୍ୟର ନାମ। ଏଭଳି କହୁଛନ୍ତି ଜନସେବା କେନ୍ଦ୍ରର ପରିଚାଳକ। ଅନ୍ୟପଟେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆଧାର ଅପଡେଟ କରିବାକୁ  ଜନସେବା କେନ୍ଦ୍ରରେ ଲାଗିଛି ଲମ୍ବା ଲାଇନ। ଡହ ଡହ ଖରାରେ ଛୁଆ ପିଲା ଧରି ଘଣ୍ଟା ଘଣ୍ଟା ଲାଇନ ଲଗାଉଛନ୍ତି ମହିଳା । ଫର୍ମ ଧରି ଜନସେବା କେନ୍ଦ୍ରକୁ ଗଲେ ସାଇଡ୍ ପ୍ରବ୍ଲେମ  ନାମରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଭୋରୁ ଜନସେବା କେନ୍ଦ୍ରରେ ଅପେକ୍ଷା କରିରହିଛନ୍ତି ମହିଳା। ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଆଇଡି  ହ୍ୟାକ ହୋଇଥିବାରୁ  ନିରାଶ ହେବାକୁ ପଡୁଛି । ଦିନ ମଜୁରିଆ ଦିନକର ମଜୁରୀ ମାରି ଆବେଦନ କରିବାକୁ ଆସୁଛନ୍ତି । ହେଲେ ନିରାଶ ହେବାକୁ ପଡୁଛି। ଏଭଳି ସ୍ଥିତିରେ ସରକାରଙ୍କ ସୁଭଦ୍ରା ଯୋଜନା ପ୍ରତି ବିମୁଖ ହେଲେଣି ଜନସାଧାରଣ ।

ଅନ୍ୟପଟେ ସୁଭଦ୍ରା ଯୋଜନା ପୋର୍ଟାଲ ହ୍ୟାକ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେଭଳି କୌଣସି ଖବର ଆସିନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତାଙ୍କ କହିବା କଥା, ନୂଆ ଯୋଜନା ଆରମ୍ଭ ହୋଇଛି, ସର୍ଭର ଟିକେ ଡାଉନ ହେଉଛି। ସେହିପରି ବାହାର ରାଜ୍ୟରେ ଥିବା ଓଡ଼ିଆ ମହିଳା ମାନେ ବି ବ୍ୟସ୍ତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଆବେଦନ ସରିନି, ସେ ପର୍ଯ୍ୟନ୍ତ ପୋର୍ଟାଲ ବନ୍ଦ ହେବନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Latest Posts

Don't Miss