spot_img

Latest Posts

ସୁଭଦ୍ରା ଫର୍ମ ବଣ୍ଟାକୁ ନେଇ ମାଡ଼ ଖାଇଲେ ଅଙ୍ଗନୱାଡ଼ି ଦିଦି

ଚାନ୍ଦବାଲି: ସୁଭଦ୍ରା ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହେବା ସହିତ ମାଡ଼ ଖାଇଲେ ଅଙ୍ଗନବାଡି ଦିଦି । ସୁଭଦ୍ରା ଯୋଜନାର ଫର୍ମ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇଛନ୍ତି ରାଜ୍ୟସରକାର । ମାତ୍ର ଫର୍ମ ବଣ୍ଟାକୁ ନେଇ ମାଡ଼ ଖାଇଲେ ଅଙ୍ଗନବାଡି ଦିଦି। ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱରର ଖାଦାଳପୋଖରୀ ପଞ୍ଚାୟତ ବ୍ରହ୍ମଟିକ୍ରି ଅଙ୍ଗନୱାଡ଼ି କେନ୍ଦ୍ରରେ।

ସହାୟିକା ଭୁଲବଶତଃ ଜଣେ ୬୦ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଫର୍ମ ଦେଇଥିଲେ। ଅଯୋଗ୍ୟ ହିତାଧିକାରୀ ଜାଣିବା ପରେ ଅଙ୍ଗନବାଡି କର୍ମୀ ପ୍ରୀତିରେଖା ବଳ ତାଙ୍କୁ ଫର୍ମ ଫେରସ୍ତ ମାଗିଥିଲେ । ମାତ୍ର ଏଥିରେ ଉତ୍ତକ୍ଷିପ୍ତ ହୋଇ ମହିଳାଙ୍କ ପରିବାର ଲୋକ ଅଙ୍ଗନୱାଡ଼ି ଦିଦିଙ୍କୁ କାଠ ଫାଳିଆ, ବାଡ଼ିରେ ଆକ୍ରମଣ କରିଥିଲେ । ଏନେଇ ଅଙ୍ଗନବାଡି ଦିଦି ବାଂଶଡା ଥାନାରେ ଅଭିଯୋଗ କରଛନ୍ତି। ଅଭିଯୋଗ ପାଇବା ପରେ ବାଂଶଡା ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ଖୁବଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ବାଂଶଡା ଥାନାଧିକାରୀ ଦେବରାଜ ଜେନା ପ୍ରକାଶ କହିଛନ୍ତି ।

Latest Posts

Don't Miss