ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ: ଉପମୁଖ୍ୟମନ୍ତ୍ରୀ

1 min read

୨୨ ହଜାର ସୁଭଦ୍ରା ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ସମୀକ୍ଷା କରାଯିବ । ଏ ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଭୁବନେଶ୍ୱର ୟୁନିଟ ୯ ସରକାରୀ ବାଳକ ବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ସମ୍ବଲପୁର IIMର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି । ଏହାସହ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ରାଜ୍ୟର ୧ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ପୁନଃ ଯାଞ୍ଚ କରାଯିବ । ଆସନ୍ତା ଦୁଇ ୩ ଦିନ ଭିତରେ ସମୀକ୍ଷା ହେବ । ଏହାପରେ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ସହାୟତା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।