ଓକିଲଙ୍କୁ ନୂଆ ପରିଚୟ ଦେଇଛି ଚାଷ

1 min read

ସୁବର୍ଣ୍ଣପୁର: ପେଶାରେ ଓକିଲ କିନ୍ତୁ ନିଶା ତାଙ୍କର ଚାଷ କରିବା । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଜୀବନଦାଦର ଗାଁ ର ନାରାୟଣ ଭୋଇ l ପିଲାଟି ଦିନରୁ ଚାଷ ପ୍ରତି ଥିଲା ତାଙ୍କର ଆଗ୍ରହ l ମାଛ ଚାଷ ସହ ପନିପରିବା ଏବଂ ବତକ ଚାଷ କରି ସେ ସୃଷ୍ଟି କରିଛନ୍ତି ଉଦାହରଣ । ପେଶାରେ ଜଣେ ଓକିଲ କିନ୍ତୁ ନିଶା ତାଙ୍କର ଚାଷ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଜୀବନ ଦାଦର ଗାଁର ନାରାୟଣ ଭୋଇ ଚାଷ କରି ଚର୍ଚ୍ଚାରେ । ଜୈବିକ ପଦ୍ଧତିରେ ଧାନ ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବଳ ଧାନ ଚାଷ ନୁହେଁ, ମାଛ, କୁକୁଡା ବତକ ଚାଷ ବି କରିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ କୃଷି ,ମତ୍ସ୍ୟ ବିଭାଗ ପକ୍ଷରୁ ତାଲିମ ନେଇ ସେ ନିଜ ଫାର୍ମରେ ମାଛ ସହ ପନିପରିବା ଚାଷ କରିଛନ୍ତି । ଚାଷ କାର୍ଯ୍ୟରେ ତାଙ୍କ ପତ୍ନୀ ଧରିତ୍ରୀ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ।

ଜିଲ୍ଲା କୃଷି ଉଦ୍ୟାନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ନାରାୟଣକୁ ଜଳସେଚନ ସହ ଚାରା ଯୋଗାଇ ଦିଆଯାଉଛି। ଫଳରେ ଧାନ ଫସଲ ସାଙ୍ଗକୁ ସୁରୁଖୁରରେ ହୋଇପାରିଛି ମାଛ ଚାଷ। ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୨ଜଣଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ନାରାୟଣ । ଚାଷ କରି ସେ ନିଜର ଆର୍ଥିକ ଅବସ୍ଥା ମଜବୁତ କରିବା ସହ ଅଞ୍ଚଳରେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି ।