ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ କାର୍ଯ୍ୟରେ ଯୋଗଦେଲେ

1 min read

କୋଚି : ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ଶିଭାଙ୍ଗି ଆଜିଠାରୁ କୋଚିରେ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହି ଅବସରରେ ତାଙ୍କୁ ନୌସେନା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଅପରେସନାଲ୍ ଟ୍ରେନିଂ ଶେଷ ପରେ ସବ୍-ଲେଫ୍ଟନାଣ୍ଟ ଶିଭାଙ୍ଗି କାର୍ଯ୍ୟାରମ୍ଭ କରିଛନ୍ତି ।

ବିହାରର ମୁଜାଫରପୁରରେ ଜନ୍ମିତ ଶିଭାଙ୍ଗି ଡିଏଭି ପବ୍ଲିକ୍ ସ୍କୁଲରେ ଶିକ୍ଷାଲାଭ ପରେ ନୌସେନାରେ ଯୋଗଦେବାକୁ ପଢ଼ା ଆରମ୍ଭ କରିଥିଲେ । ଗତବର୍ଷ ସେ ନୌସେନାରେ କମିଶନଡ୍ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ଶେଷ ପରେ ଏବେ ସେ ତୃତୀୟ ପର୍ଯ୍ୟାୟ ଟ୍ରେନିଂ ନେବେ ବୋଲି ଜଣାପଡ଼ିଛି ।

ସବ୍ ଲେଫ୍ଟନାଣ୍ଟ ଶିଭାଙ୍ଗି କୋଚିରେ ଭାରତୀୟ ନୌସେନାର ଡ୍ରୋନିୟର ସର୍ଭେଲାନ୍ସ ଏୟାରକ୍ରାଫ୍ଟ ଉଡ଼ାଇବେ ବୋଲି ଜଣାପଡ଼ିଛି । ଶିଭାଙ୍ଗିଙ୍କୁ ଆଜି ନୌସେନାର ପାରଂମ୍ପରିକ ଓ୍ୱିଙ୍ଗ୍ସ ପ୍ରଦାନ କରିଥିଲେ ଭାଇସ୍ ଆଡମିରାଲ୍ ଏ.କେ ଚାଓ୍ୱଲା । ସେ ଏବେ ସାମ୍ନାରେ ରହି ସୁଦ୍ଧ ସଂପର୍କିତ ସମସ୍ତ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବେ । କକପିଟରେ ରହି ପୁରା ବିମାନକୁ ନିଜ ଅଧୀନରେ ରଖିବେ । ତେବେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ନୌସେନାରେ ଏହା ସମାନ ପାଠ୍ୟକ୍ରମ ଓ ତାଲିମ୍ ରହିଥିବା ଭାଇସ୍ ଆଡମିରାଲ୍ କହିଛନ୍ତି ।

Leave a Reply