ଭଦ୍ରକ ନଳାଙ୍ଗରେ ଅଘଟଣ, ଡ୍ୟୁଟି କରୁଥିବା ବେଳେ ସବ ଇନ୍ସପେକ୍ଟରଙ୍କ ଉପରେ ମାଡ଼ିଗଲା ହାଇଓ୍ବା

ଯାଜପୁର: ଡ୍ୟୁଟି ବେଳେ ପୋଲିସ ଏସଆଇଙ୍କ ଉପରେ ମାଡ଼ିଗଲା ହାଇଓ୍ବା । ଦୁର୍ଘଟଣାରେ ଭଦ୍ରକ ଥାନା ପୋଲିସ ସବ୍ ଇନ୍ସପେକ୍ଟର ସୁଜିତ ପାଣ୍ଡବଙ୍କ ମୃତ୍ୟୁ ହୋଇଛି । ନଳାଙ୍ଗ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏସଆଇଙ୍କୁ ପଛପଟୁ ଏକ ହାଇଓ୍ବା ଧକ୍କା ଦେଇଥିଲା । ଭଦ୍ରକରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ମେଡିକାଲକୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏସଆଇଙ୍କୁ ଧକ୍କା ଦେଇଥିବା ହାଇଓ୍ବାକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ତେବେ ଏହି ଦୁର୍ଘଟଣା ପରେ ଏସଆଇ ସୁଜିତ ପାଣ୍ଡବଙ୍କୁ ତୁରନ୍ତ ହସ୍ପିଟାଲକୁ ନନେଇ କାହିଁକି ପରିବାର ଲୋକଙ୍କୁ ଅପେକ୍ଷା କରାଯାଇଥିଲା ତାକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଦୁଇ ଜଣ ଆଗ ପଛ ହୋଇ ଆସୁଥିବା ବେଳେ କେବଳ ଏସଆଇଙ୍କ ଉପରେ ଗାଡ଼ି ମାଡ଼ି ଯିବାକୁ ନେଇ ମଧ୍ୟ ପରିବାର ଲୋକ ଆଶଙ୍କା ବ୍ୟକ୍ତ କରିଛନ୍ତି ।