ଉପଜିଲ୍ଲାପାଳଙ୍କ ସରପ୍ରାଇଜ୍ ଭିଜିଟ୍, ଡେରିରେ ଆସୁଥିବା କର୍ମଚାରୀଙ୍କୁ ତାଗିଦ

1 min read

କୋରାପୁଟ:  ଆକ୍ସନ ମୁଡ଼ରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା । ବିଭିନ୍ନ ସରକାରୀ ଅଫିସକୁ ଅଚାନକ ପରିଦର୍ଶନ କରି ଅଫିସରେ ଉପସ୍ଥାନ ଖାତା ଯାଞ୍ଚ କରିଛନ୍ଥି। ସୂଚନା ଅନୁଯାୟୀ, ଶୁକ୍ରବାର ଅଚାନକ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଉପଜିଲ୍ଲାପାଳ ଗସ୍ତ କରିଥିଲେ ।

ଜୟପୁର ତହସିଲ ଓ ସବ୍ ରେଜିଷ୍ଟ୍ରି ଅଫିସକୁ ମଧ୍ୟ ପରିଦଶର୍ନ କରିଥିଲେ ଉପଜିଲ୍ଲାପାଳ । ଏହି ସମୟରେ ଅଫିସରେ ଉପସ୍ଥାପନ ଖାତାକୁ ଯାଞ୍ଚ କରିବାସହ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ସକାଳ ୧୦ଟା ୪୦ ମିନିଟ ହୋଇଥିଲେ ବି ଅଧିକାଂଶ କର୍ମଚାରୀ ପହଞ୍ଚି ନଥିବାରୁ ଉପଜିଲ୍ଲାପାଳ ବିଗିଡିବା ସହ ଉପସ୍ଥାନରେ ଛକି ପକାଇଥିଲେ।

ଆଗକୁ ଏପରି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ ମଧ୍ୟ କରିଛନ୍ତି ଉପଜିଲ୍ଲାପାଳ । ଏହି ଘଟଣାକୁ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚହଳ ପଡୁଥିବା ବେଳେ ସାଧାରଣରେ ସ୍ଵାଗତ କରାଯାଇଛି । ')}

Leave a Reply