ଲକ୍ ଡାଉନ୍‌ରେ ବନ୍ଦ ହେବନି ପାଠ ପଢ଼ା: ଅନ୍‌ଲାଇନ୍‌ ଟିଚିଂରେ ଦୂର ହେବ ସବୁ ସମସ୍ୟା

1 min read

ଭୁବନେଶ୍ୱର: ଲକଡାଉନ ସମୟରେ ସମସ୍ତେ ଘର ଭିତରେ । ସ୍କୁଲ କଲେଜ ସବୁ ବନ୍ଦ । ପାଠ ପଢ଼ାବି ଏକ ପ୍ରକାର ଠପ ହୋଇଗଲାଣି । ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି କି ? ବ୍ୟସ୍ତ ହୁଅନ୍ତୁ ନାହିଁ ଅନଲାଇନ ଟିଚରରେ ଦୂର ହେବ ସବୁ ସମସ୍ୟା ।

ଲକଡାଉନ ପରେ ସ୍କୁଲ କଲେଜ ସବୁ ବନ୍ଦ । ପାଠ ପଢାରେ ବି ଲାଗିଲା ବିରାମ । ତେବେ ଘରେ ବେକାର ନବସି ପାଠପଢା ସାରିବା ପାଇଁ ଚିନ୍ତା କଲେ ଶିକ୍ଷକ । ଆଉ ଅନଲାଇନରେ ଆରମ୍ଭ ହେଲା ପାଠ ପଢ଼ା । କେନ୍ଦ୍ରୀୟ ବିଦ୍ୟାଳୟର କମ୍ଫ୍ୟୁଟର ସାଇନ୍ସ ଶିକ୍ଷକ ମାନସ ରଞ୍ଜନ ଆରମ୍ଭ କଲେ ଅନଲାଇନ ଟିଚିର । ଘରେ ଅଛନ୍ତି ଶିକ୍ଷକ ଓ ନିଜ ନିଜ ଘରେ ବସିଛନ୍ତି ଛାତ୍ରଛାତ୍ରୀ । ZOOM ଆପରେ ଚାଲିଛି ପାଠପଢା ।

ଡିଜିଟାଲ ଦୁନିଆରେ ଏବେ ସଭିଙ୍କ ହାତରେ ମୋବାଇଲ । ଆଉ କାଳକ୍ରମେ ବଢିବାରେ ଲାଗିଛି ଇ-ଲର୍ଣ୍ଣିଂ ବ୍ୟବସ୍ଥା । ଓଡିଶା ସ୍କୁଲ ଛାତ୍ରଛାତ୍ରୀଙ୍କ ବୌଧିକ ବିକାଶ ପାଇଁ ରାଜ୍ୟ ସରକାର ଗତ ବର୍ଷ ମଧୁ ଆପର ବ୍ୟବସ୍ଥା କରିଥିଲେ । ମଧୁ ଆପ ଜରିଆରେ ବିଭିନ୍ନ ଭିଡିଓ ଦେଖିବାରେ ସୁଯୋଗ ପାଉଛନ୍ତି ଛାତ୍ରଛାତ୍ରୀ । ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ଅନେକ ଆପ୍ଲିକେସନ ଛାତ୍ରଛାତ୍ରୀଙ୍କୁ ଡାଉଟ କ୍ଲିଅର କରୁଛି ।

ଦୀକ୍ଷା ଆପ, ଗୁଗୁଲ ଇ-ପାଠଶାଳା, ସ୍ୱୟଂମ, ଓ ଖାନ ଏତାଡେମୀ ଭଳି ଅନେକ ଆପ୍ଳାକେସନ୍‌ ଜରିଆରେ ଛାତ୍ରଛାତ୍ରୀ ପାଠ ପଢିପାରିବେ ।  ଛାତ୍ରଛାତ୍ରୀଙ୍କୁ ଇ ଲର୍ଣ୍ଣିଂ ପ୍ରତି ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଢଙ୍ଗରେ ଡିଜାଇନ ହୋଇଛି ଆପ ।

ବିଭିନ୍ନ ଆପ ଭଳି NCERT ଓ୍ୱେବସାଇଟରେ ଛାତ୍ରଛାତ୍ରୀ ପ୍ରଥମରୁ ଦ୍ଵାଦଶ ଶ୍ରେଣୀର ବିଷୟବସ୍ତୁ ଡାଉନଲୋଡ କରି ପଢିପାରିବେ ।

Leave a Reply