spot_img

Latest Posts

ସ୍ୱାଭାବିକ ହେଲା କରୋନା ସ୍ଥିତି, ଏବେ ଭିସୁଟରେ ଅଫଲାଇନରେ ପାଠପଢିବେ ଛାତ୍ରଛାତ୍ରୀ

ବୁର୍ଲା: ସ୍ୱାଭାବିକ୍ ହେଲା ବୁର୍ଲା ଭିସୁଟ। ଆଜିଠୁ ଭିସୁଟରେ ଅଫଲାଇନରେ ପାଠପଢିବେ ଛାତ୍ରଛାତ୍ରୀ। ଦ୍ୱିତୀୟ ସେମିଷ୍ଟର ଠାରୁ ଆରମ୍ଭ କରି ଦଶମ ସେମିଷ୍ଟର ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଆଜିଠାରୁ ଅଫଲାଇନରେ ପଢ଼ିବେ। ଛାତ୍ରଛାତ୍ରୀ ସେମାନଙ୍କର ପ୍ରାକ୍ଟିକାଲ, ଓ୍ୱାର୍କସପ, ସେସନାଲ କ୍ଲାସ, ଥିଓରୀ, ଡ୍ରଇଂ କ୍ଲାସ ଅଫଲାଇନରେ କରିବେ।

ବୁର୍ଲା ସ୍ଥିତ ଭିସୁଟରେ କରୋନା ମହାମାରୀ ଯୋଗୁଁ କର୍ତ୍ତୃପକ୍ଷ ଭିସୁଟକୁ ସଟଡାଉନ କରି ପାଠ ପଢ଼ା ବନ୍ଦ କରିଥିଲେ। ଫଳରେ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ପାଠ ପଢ଼ୁଥିଲେ। ହେଲେ ବର୍ତମାନ ସ୍ଥିତି ସ୍ୱାଭାବିକ ହେବା ପରେ ଆଜିଠାରୁ ପୁଣି ଥରେ ଛାତ୍ରଛାତ୍ରୀ ଅଫଲାଇନରେ ପାଠପଢ଼ିବେ। ଏ ନେଇ ସମସ୍ତ ଏଚଓଡି, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଛନ୍ତି ଭିସୁଟ କର୍ତ୍ତୃପକ୍ଷ।

Latest Posts

Don't Miss