spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: +୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ନୂଆ- ଓ ସ୍କଲାରସିପ୍ ଘୋଷଣା କରାଯାଇଥିବାରୁ ରମା ଦେବୀ ମହିଳା ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ସମ୍ପର୍କରେ କିଛିଦିନ ତଳେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ବୃତ୍ତି ଜରିଆରେ ନୂତନ ଓଡ଼ିଶା ଗଠନର ସୂତ୍ରଧର ସାଜିଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଓ ଗବେଷଣା ପାଇଁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଓ ସୁଯୋଗ ମିଳିବ।  ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଏହି ବୃତ୍ତି ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି  ଛାତ୍ରଛାତ୍ରୀ କହିଛନ୍ତି।

Latest Posts

Don't Miss