କ୍ଲାସ୍‌ ବନ୍ଦକରି ସ୍କୁଲ ସାମ୍ନାରେ ଏମିତି ହଂଗାମା କଲେ ପିଲା…..ଜାଣନ୍ତୁ କାହିଁକି

ଭଦ୍ରକ: ସ୍କୁଲ ସାମ୍ନାରେ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ । ଆମ ଶିକ୍ଷକଙ୍କୁ ବଦଳି କରାନଯାଉ ବୋଲି ନାରାବାଜି । ପାଟିରେ ଚିତ୍କାର ଆଖିରେ ଲୁହ କେବଳ ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସ୍କୁଲରେ ।

ସୂଚନା ଅନୁଯାୟୀ, ଗତ ଡିସେମ୍ବର ୫ ତାରିଖରେ ତିନିଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । କିନ୍ତୁ ଏହାକୁ ପିଲାମାନେ ସହଜରେ ଗ୍ରହଣ କରିପାରିନଥିଲେ । ପରବର୍ତ୍ତୀ ସମୟରେ ୩ ଜଣ ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ପ୍ରଧାନ ଶିକ୍ଷକଙ୍କ ପାଖରେ ଫେରାଦ ହୋଇଥିଲେ । ଏହାର ସୁଫଳ କିନ୍ତୁ ମିଳିପାରି ନଥିଲା । ଯାହାଫଳରେ ବିଦ୍ୟାଳୟ ଆଗରେ ହୋ ହାଲା କରିବା ସହ ଧାରଣା ଦେଇଥିଲେ ।

ପିଲାମାନେ ଦାବି କରିଥିଲେ କି ଶିକ୍ଷକଙ୍କ ଵଦଳି କୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଯେଉଁ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଜିଲ୍ଲା ସ୍କୁଲକୁ ଫେରାଇ ନଅଣାଯାଇଛି ସେ ପର୍ଯ୍ୟନ୍ତ ଆମେ କ୍ଲାସ କରିବୁନି ବୋଲି ନିଜ ଜିଦରେ ଅଟଳ ରହିଥିଲେ ।

ପୂର୍ବରୁ ଏହି ୩ ଜଣ ଶିକ୍ଷକ ଜଣେ ଶିକ୍ଷୟତ୍ରୀଙ୍କୁ ସ୍କୁଲ ମଧ୍ୟରେ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଶିକ୍ଷକ ମାନଙ୍କୁ ଡିଇଓ କାରଣ ଦର୍ଶାଅ ନୋଟିସ ଦେବା ସହ ବଦଳି ମଧ୍ୟ କରିଥିଲେ ।

ତେବେ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ପିଲା କାହିଁ ଜିଦ୍ କରୁଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ୁନାହିଁ । ଆନ୍ଦୋଳନ ପଛରେ ରହସ୍ୟ କ’ଣ ?  ସେମାନେ ଭଲ ଶିକ୍ଷକ ଥିଲେ ନା ଆଉ କିଛି ? ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି ।

Leave a Reply