ବନ୍ୟାପାଣି ଘେରରେ ଫସିଛନ୍ତି ଛାତ୍ରଛାତ୍ରୀ: ୫୦୦ଜଣ ଉଦ୍ଧାର, ଏବେବି ୨୮୦ ଫସିରହିଛନ୍ତି

କଟକ: କଟକ ଗତିରାଉତ ପାଟଣା ସରସ୍ବତୀ ଶିଶୁମନ୍ଦିରର ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୦୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟରେ ସମୁଦାୟ ୬୮୦ ଛାତ୍ରଛାତ୍ରୀ ଥିଲେ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଶାଇ ସମୁଦାୟ ୭୮୦ ଜଣ ଫସିଥିଲେ । ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବିଭାଗ ।

ଏବେ ଯାଏଁ ୫୦୦ ପିଲାଙ୍କୁ ଉଦ୍ଧାର କରାଯାଇଛି । ଆଉ ୨୮୦ ଜଣ ଏବେବି ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମର ୬ଟି ବୋଟ୍ ରହିଛି ନିୟୋଜିତ ରହିଛି । ଓଡ୍ରାଫର ମଧ୍ୟ ୫ଟି ବୋଟ୍ ଆସୁଛି ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ । ଏସଆରସିଙ୍କ ସହ କଥା ହୋଇଛନ୍ତି କଟକ ଜିଲ୍ଲାପାଳ । ପିଲାଙ୍କ ଉଦ୍ଧାର ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି ଏସଆରସି କହିଛନ୍ତି ।

ତେବେ ଏଠି ବଡ଼ ପ୍ରଶ୍ନ ହେଉଛି ଶିଶୁମନ୍ଦିର କର୍ତ୍ତୃପକ୍ଷଙ୍କୁ  ବନ୍ୟାସମ୍ପର୍କରେ ସତର୍କ କରାଯିବା ପରେ ବି ହଷ୍ଟେଲରେ ପିଲାମାନଙ୍କୁ ରଖାଯାଇଥିଲା । ପିଲାଙ୍କୁ ଉଦ୍ଧାର କରାଯିବା ପରେ ଏହି ଘଟଣାର ତଦନ୍ତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯେପର୍ଯ୍ୟନ୍ତ ସବୁ ପିଲ୍ଲା ଉଦ୍ଧାର ହୋଇନାହାନ୍ତି ସେପର୍ଯ୍ୟନ୍ତ ଜିଲ୍ଲାପାଳ ସେଠାରେ ରହିବେ ବୋଲି କହିଛନ୍ତି । ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି ।