ସାର୍ଟିଫିକେଟ୍ ପାଇଁ ଯିବାକୁ ପଡିବ ନାହିଁ ବୋର୍ଡ ଅଫିସ, ଅନ୍‌ଲାଇନରେ ମିଳିବ କାଗଜପତ୍ର

ଭୁବନେଶ୍ବର: ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଣିକି ଆଉ ସ୍କୁଲ କି ବୋର୍ଡ ଅଫିସକୁ ଯିବାକୁ ପଡ଼ିବ ନାହିଁ। ଏବେ ଅନ୍‌ଲାଇନ୍‌ ଜରିଆରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଦାନ କରାଯିବ । ପୂର୍ବରୁ ଛାତ୍ରଛାତ୍ରୀ ଶିକ୍ଷା ସମ୍ବନ୍ଧୀୟ କାଗଜପତ୍ର କାର୍ଯ୍ୟାଳୟ ଯାଇ ନିଜେ ଆଣୁଥିବା ବେଳେ ଏଣିକି ଆଉ ସାର୍ଟିଫିକେଟ୍‌ ପାଇଁ ବୋର୍ଡ ଅଫିସକୁ ଯିବାର ଆବଶ୍ୟକତା ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି ଏହି ବିଷୟରେ ସୂଚନା ପ୍ରଦାନ କରାଯାଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ବୋର୍ଡ ଅଫିସ ଯିବା ବଦଳରେ ଅନ୍‌ଲାଇନ୍‌ ଜରିଆରେ ମିଳିପାରିବ ବୋଲି ସୂଚନା ଦିଆଯାଇଛି  । ସେହିପରି ସାର୍ଟିଫିକେଟ୍‌ ଓ ଅନ୍ୟ କାଗଜପତ୍ର ମଧ୍ୟ ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

Leave a Reply