spot_img

Latest Posts

ଡିଜିଟାଲ ଶିକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ; ବିଦ୍ୟାଳୟରେ ଥିବା କମ୍ପୁଟର ଓ ଟାବଲେଟ ଖତ ଖାଉଛି

ନନ୍ଦିଘୋଷ ବ୍ୟୁରୋ : ସରକାରୀ ସ୍କୁଲରେ ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ଦିଆଯାଉଛି ଗୁରୁତ୍ବ । ହେଲେ ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ବିଦ୍ୟାଳୟରେ ଥିବା କମ୍ପ୍ୟୁଟର ଓ ଟାବଲେଟ ବ୍ୟବହାର ନହୋଇ ପଡିପଡି ଖତ ଖାଉଛି । ଗଜପତି ଜିଲ୍ଲାର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ସରକାର କା ମାଲ ଦରିଆ ମେ ଡାଲ । ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ଓ ଟାବଲେଟ।  ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ଗଜପତି ଜିଲ୍ଲାର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସରକାର ଉନ୍ନତମାନର ଶିକ୍ଷା ଯୋଗାଇବା ପାଇଁ କମ୍ପ୍ୟୁଟର, ଟାବଲେଟ ଯୋଗାଇ ଦିଆଯାଇଛି। ହେଲେ ଅଧିକାଂଶ ଟାବଲେଟ ଖରାପ ହୋଇ ପଡ଼ିରହିଛି ତ ଆଉ କେଉଁଠି ନେଟୱର୍କ ସମସ୍ୟା ପାଇଁ କାର୍ଯ୍ୟକ୍ଷମ ହେଉନଥିବା ଦେଖିବାକୁ ମିଳିଛି l କିଛି ସ୍କୁଲରେ ସିମ କାର୍ଡ ଦିଆ ଯାଇନଥିବାରୁ ଅଚଳ ହୋଇ ପଡ଼ିରହିଛି ।

ସେପଟେ ଶିକ୍ଷାଦାନ ପାଇଁ ନିଯୁକ୍ତି ଦିଆଯାଇଥିବା କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବାହାର କରାଯାଇଥିବାରୁ ଏବେ ସ୍କୁଲରେ କେହି କମ୍ପ୍ୟୁଟର ଶିକ୍ଷକ ମଧ୍ୟ ନାହାନ୍ତି। ଏନେଇ  ଜିଲ୍ଲାପାଳ କହିଛନ୍ତି ଖରାପ ଟାବଲେଟକୁ ପୁନର୍ବାର ମରାମତି କରି କାର୍ଯ୍ୟରେ ଲଗାଯିବ । ଯୋଗ୍ୟ ଶିକ୍ଷକଙ୍କୁ କମ୍ପ୍ୟୁଟର ତାଲିମ୍ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି। । ବିଦ୍ୟାଳୟକୁ ଦେଖିଲେ ସତରେ ଶିକ୍ଷା ପ୍ରତି ପ୍ରଶାସନର ଉଦାସୀନତା ଜଳ ଜଳ ଦିଶୁଛି । ଶିକ୍ଷା ବିଭାଗ ଆଗକୁ କଣ ପଦେକ୍ଷପ ନେଉଛି ତାକୁ ଅପେକ୍ଷା ।

Latest Posts

Don't Miss