କୁନି ପିଲାଙ୍କ ହାତରେ ଝାଡ଼ୁକୁ ନେଇ ପ୍ରଶ୍ନ

1 min read

କୋମଳ ହାତରେ ଝାଡୁ । ଆଉ ସେ ଝାଡ଼ୁ ଧରିବାକୁ ନା ତାଙ୍କ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଛି ନା ଝାଡ଼ୁ ଧରି କିଛି ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନେ । କୋମଳ ବୟସରେ ହୁଏତ ସେମାନଙ୍କୁ ପ୍ରଶିକ୍ଷଣ ମିଳୁଥାଇପାରେ ବୋଲି ମନେହେଉଛି । କିନ୍ତୁ ଏସବୁ ସନ୍ଦେହ ମାତ୍ର, ସେମାନଙ୍କୁ ଝାଡ଼ୁ ଧରିବାକୁ କୁହାଯାଇଛି  । ଆଜ୍ଞା ହଁ କୋମଳ ଶିଶୁଙ୍କୁ ତାଙ୍କ ସ୍କୁଲ ଦିଦି କହିଛନ୍ତି ଝାଡ଼ୁ ଧରିବାକୁ  । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ । କିଛି ଶିଶୁ ହାତରେ ଘାସ ଓପଡୁଥିବାର, କିଛି ଶିଶୁ ହାତରେ ଝାଡୁ ଧରି ଖରୁକୁ ଥିବାର ଦେଖିବାକୁ ମିଳିଛି । ଏବଂ ଆଉ କିଛି ପିଲା ସ୍କୁଲ ସାମ୍ନାରେ ଯାଇଥିବା ବରୀ ମୁଖ୍ୟ ରାସ୍ତା ପାଖରେ ଝାଡ଼ୁ କରୁଥିବାର ଦେଖିବାକୁ ମିଳିଥିଲା ।

ଏ ସମ୍ପର୍କରେ କୋମଳ ଶିଶୁମାନଙ୍କୁ ପଚାରିବାରୁ ଉତ୍ତର ଆସିଥିଲା ଦିଦି କହିଛନ୍ତି  ।  ‘ଦିଦି କହିଛନ୍ତି ସ୍କୁଲ ଚାରିପାଖର ବଣୁଆ ଘାସ, ପାଇଖାନା, ରାସ୍ତା ସଫା କରିବାକୁ’  । ସେମାନଙ୍କର ଏହି ଉତ୍ତର ସୃଷ୍ଟି କରିଥିଲା ଅନେକ କିଛି ପ୍ରଶ୍ନ । ‘ପିଲାମାନଙ୍କ ଉତ୍ତମ ଶିକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କ’ଣ ଏଇଠି ସୀମିତ ? ଶିଶୁମାନଙ୍କ ଯତ୍ନ ନେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କ’ଣ ବୃଥା ? ସମୟ ୧୦.୨୦ ହେଇଥିଲେ ମଧ୍ୟ ପିଲାଙ୍କୁ ପାଠ ନ ପଢ଼ାଇ ଏଭଳି କାର୍ଯ୍ୟ କରେଇବା କେତେଦୂର ଯୁକ୍ତିଯୁକ୍ତ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏବେ ମୋ ସରକାର ଯୋଜନାରେ 5-ଟି ପ୍ରଚଳନ । ହେଲେ ଏହାକୁ ସିଧାସଳଖ ବେଖାତିର କରି ପିଲାଙ୍କ ହାତରେ ଝାଡୁ ଧରାଇଛନ୍ତି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ । ଏହା ଉପରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ କଣ ପଦକ୍ଷପ ନେଉଛନ୍ତି ନା ରାଜ୍ୟ ସରକାରଙ୍କ ଆଦେଶକୁ ଖୁଲମ ଖୁଲା ବେଖାତିର କରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ')}

Leave a Reply

ନଜର ପକାନ୍ତୁ