ପ୍ରେମ ପାଇଁ ପଙ୍ଖାରେ ଝୁଲିପଡ଼ିଲେ ବିଟେକ୍ ଛାତ୍ର

1 min read

ନନ୍ଦିଘୋଷ ବ୍ୟୁରୋ: ଚାଲି ପ୍ରେମ ସପ୍ତାହ । ଭାଲେଣ୍ଟାଇନ ଓ୍ବିକରେ ନିଜର ମନର କଥା ଜୀବନ ସାଥୀଙ୍କୁ ଜଣାଉଛନ୍ତି । କିଏ ନିଜର ପ୍ରେମକୁ ପାଇ ଖୁସି ହେଉଛି ତ ଆଉ କିଏ ପ୍ରେମକୁ ନପାଇ ଦୁଃଖ ଅନୁଭବ କରୁଛି । ଏଭଳି ଏକ ଦୁଃଖ ଭିତରେ ସାମନାକୁ ଆସିଛି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ପ୍ରେମ ପାଇଁ ବିଟେକ୍ ଛାତ୍ର ଜଣକ ଜୀବନ ହାରିଥିବା କୁହାଯାଉଛି । ଉତ୍ତରପ୍ରଦେଶର ବାନ୍ଦାରୁ ଆସିଛି ଏଭଳି ଦୁଃଖଦ ଖବର । ତେବେ ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ପରିବାର ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ମିଳିଥିବା ସୂଚନା ମୁତାବକ, ମୃତକ ଛାତ୍ରଙ୍କ ରୁମମେଣ୍ଟ ପୋଲିସ ଆଗରେ କହିଛନ୍ତି କି, ସେ ରବିବାର ଦିନ ବାହାରକୁ ଯାଇଥିବାବେଳେ ମୃତକ ଛାତ୍ର ଜଣକ ରୁମରେ ଏକାଥିଲେ । ସେ ମୋବାଇଲରେ ରାତିସାରା କଥା ହୋଇଥିବା ଅନ୍ୟମାନେ କହିଛନ୍ତି । ସକାଳୁ ଯେତେବେଳେ ଆସି କବାଟ ପିଟିଥିଲେ ସେ ଖୋଲି ନଥିଲେ । ପରେ ସିନିୟରଙ୍କ ସହାୟତାରେ କବାଟ ଭାଙ୍ଗି ବାହାର କରିଥିଲେ । ଫ୍ୟାନରେ ଝୁଲନ୍ତା ମୃତଦେହ ଝୁଲିଥିବାବେଳେ କାନ୍ଥରେ ଲେଖା ରହିଥିଲା କି, Love at first sight । ପୋଲିସ ମୋବାଇଲ ଫୋନ ଜବତ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ଜଣକ ପ୍ରଥମ ବର୍ଷ ଛାତ୍ର । ତାଙ୍କ ନାମ ହେଉଛି ଅମନ ସିଂ ।