ଅଖାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଛାତ୍ରୀ ଉଦ୍ଧାର ଘଟଣା: ଘଟଣାର ୨ଦିନ ପରେ ମଧ୍ୟ ପୋଲିସ ହାତ ଖାଲି
ଜୟପୁର: ଜୟପୁର ବ୍ଲକ ମକାପୁଟ ଛାତ୍ରୀନିବାସରେ ଅଖା ଭିତରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଉଦ୍ଧାର ଘଟଣା। ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଚୁପହୋଇ ବସିଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଅନ୍ୟପଟେ ନିର୍ଯ୍ୟାତନା ଘଟଣାକୁ ମିଛ କହି ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ବାହାରକୁ ଆସିବ ବୋଲି କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।
ସୂଚନାଯୋଗ୍ୟ, ଡିସେମ୍ଵର ୨ ତାରିଖରେ ଛାତ୍ରୀ ଜଣକ ରୋଲକଲରେ ଉପସ୍ଥିତ ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଖୋଜାଖୋଜି କରିଥିଲେ । ଛାତ୍ରୀଙ୍କୁ ନପାଇ ନିଖୋଜ ନେଇ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ । ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ପରିବାର ବର୍ଗ ଖୋଜାଖୋଜି କରିଥିଲେ । ସ୍କୁଲ ପରିସରରେ ଥିବା ଏକ କୋଠା ଉପରୁ ଏକ ଆଖା ମଧ୍ୟରୁ ଛାତ୍ରୀକୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ଜୟପୁର ସଦର ଥାନାରେ ନିର୍ଯ୍ୟାତନା ଅଭିଯୋଗ କରିଥିଲେ । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ।