spot_img

Latest Posts

ଚଳନ୍ତା ଅଟୋରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ

ଲକ୍ଷ୍ନୌ: ପୁଣି ଯୋଗୀଙ୍କ ରାଜ୍ୟରେ ଲଜ୍ଜା। ଜଣେ କଲେଜ ଛାତ୍ରୀକୁ ଚଳନ୍ତା ଅଟୋରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘଟଣାରେ ପରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାରର ଅଭିଯୋଗ ପରେ ୟୁପି ପୁଲିସ୍ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଦୁଇଜଣଙ୍କୁ ଗିରଫ କରିଛି।

ବୁଧବାର ସକାଳେ ୟୁପିର ବାଗବାଲା ଅଞ୍ଚଳରୁ ପୀଡ଼ିତା କଲେଜ ଯିବାପାଇଁ ବାହାରିଥିଲେ। କଲେଜ ଯିବା ପାଇଁ ସେ ରାସ୍ତାରୁ ଅଟୋ ଧରିଥିଲେ। ଅଟୋରେ ତାଙ୍କ ସହ ଅନ୍ୟ କିଛି ଛାତ୍ର ମଧ୍ୟ ଥିଲେ। ସମସ୍ତ ଛାତ୍ର କଲେଜ ସମ୍ମୁଖରେ ଓହ୍ଲାଇଲେ। ହେଲେ ଏହି ଛାତ୍ରୀ ଜଣକ ଅଟୋରୁ ଓହ୍ଲାଇବା ବେଳକୁ ଅଟୋ ଚାଳକ ଅଟୋକୁ  କୌଶଳ କ୍ରମେ ଆଗକୁ ନେଇ ଯାଇଥିଲେ। ତାଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଥିଲେ। ପୂର୍ବରୁ ଉପସ୍ଥିତ ଥିବା ଜଣେ ଛାତ୍ର ଏହି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ।

ସେତବେଳକୁ କଲେଜ ଆଗରେ ଓହ୍ଲାଇଥିବା ଛାତ୍ରୀମାନେ ସେମାନଙ୍କ ଶିକ୍ଷକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ସମସ୍ତେ ସେହି ଅଟୋକୁ ଗୋଡ଼ାଇ ପ୍ରାୟ ୫କିଲୋମିଟର ପରେ ଧରିଥିଲେ। ସେଠାରୁ ନାବାଳିକାକୁ ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନା ପଠାଯାଇଥିଲା ଏବଂ ଉଭୟ ଅଭିଯୁକ୍ତଙ୍କୁ ପୋଲିସର ହସ୍ତାନ୍ତର କରାଯାଇଥିଲା। ସେମାନଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ ଏଓକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

 

Latest Posts

Don't Miss