ଚୁଟି ଲମ୍ବା ଥିବାରୁ ସ୍କୁଲ୍‌ରେ ଆଣ୍ଠେଇ ଦେଲେ ପ୍ରଧାନଶିକ୍ଷୟତ୍ରୀ

ବାରିପଦା: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ଚୁଟି ଲମ୍ବା ଓ ପାଚି ଯାଇଥିବାରୁ ସ୍କୁଲ୍‌ର ପ୍ରାର୍ଥନା ସଭାରେ ଛାତ୍ରଙ୍କୁ ଆଣ୍ଠେଇଲେ ପ୍ରଧାନଶିକ୍ଷୟତ୍ରୀ । ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରୁ ଆସିଛି ଏହି ଅଭିଯୋଗ । ଘଟଣାକୁ ନେଇ ଟାଉନ୍‌ ଥାନାରେ ମାମଲା ରୁଜୁ କରିଛନ୍ତି ଛାତ୍ରଙ୍କ ମା’ । ନ୍ୟାୟ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି ମହିଳା ।

ଚୁଟି ଲମ୍ବା ଓ ଧଳା ହୋଇଯାଇଥିବାରୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ  ପ୍ରଜ୍ଞା ପାରମିତା ଏବଂ ଶିକ୍ଷକ ଗୋବିନ୍ଦ ରାଉତ ନବମ ଶ୍ରେଶୀର ଜଣେ ଛାତ୍ରଙ୍କୁ ସବୁ ପିଲାଙ୍କ ସାମ୍ନାରେ ଆଣ୍ଠେଇବା ପାଇଁ କହିଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଘଟଣାକୁ ନେଇ ଛାତ୍ରଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ବେଳେ ସେ ଗତକାଲି ଇଂରାଜୀ ପରୀକ୍ଷାରେ କିଛି ଲେଖିପାରିନଥିବା ଅଭିଯୋଗ କରିଛନ୍ତି ଛାତ୍ରଙ୍କ ମା’ । ସେପଟେ ବ୍ୟକ୍ତିଗତ ଭାବେ ଘଟଣାର ତଦନ୍ତ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।

Leave a Reply