spot_img

Latest Posts

ଖୋଲୁ ଖୋଲୁ ଅଶାନ୍ତ ବାଣୀବିହାର କ୍ୟାମ୍ପସ, କୁଳପତିଙ୍କ ଅଫିସ ଘେରିଲେ ଛାତ୍ର

ଭୁବନେଶ୍ୱର: ଖୋଲୁ ଖୋଲୁ ଅଶାନ୍ତ ବାଣୀବିହାର। କାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କ ଅଫିସ ଘେରିଲେ ଛାତ୍ର। ଶାନ୍ତି ଫେରାଇବା ନେଇ ପୋଲିସ କମିଶନରଙ୍କୁ ଭେଟିଲେ କୁଳପତି। ପରିସ୍ଥିତି ନେଇ ପୋଲିସ କମିଶନରଙ୍କୁ ଅବଗତ କରାଇଲେ। ଏହାସହ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ନେଇ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି। ଗତକାଲି ଗୋପବନ୍ଧୁ ଛାତ୍ରାବାସର ଅବ୍ୟବସ୍ଥା ନେଇ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହୋଇଥିଲେ।

ସମସ୍ୟା ସମାଧାନ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୋଟିଏ ଗୋଷ୍ଠୀ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଗୋଟିଏ ଛାତ୍ର ଗୋଷ୍ଠୀ ହଷ୍ଟେଲ ଆଗରେ ଆନ୍ଦୋଳନ କରିଛନ୍ତି। କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।

ହଷ୍ଟେଲର ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି। ସୂଚନା ପାଇ ପିଜି କାଉନସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ, ଜୋନ ଏସିପି ଅନୀଲ କୁମାର ମିଶ୍ର ଓ ସହିଦନଗର ଥାନା ଅଧିକାରୀ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ଚାପା ଉତ୍ତେଜନା ଲାଗି ରହିଥିବାରୁ ବାଣୀବିହାରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ବର୍ତ୍ତମାନ ଦୁଇପକ୍ଷ ଛାତ୍ର ଗୋଷ୍ଠୀଙ୍କୁ ବୁଝାଉଛନ୍ତି ଅଧ୍ୟାପକ।

Latest Posts

Don't Miss