କଲେଜ ପରିସର ପାଲଟିଲା ରଣକ୍ଷେତ୍ର, ସୁରକ୍ଷା ପାଇଁ ଫୋର୍ସ ମୁତୟନ

1 min read

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତି ଭୟଙ୍କର ରୂପ ଧାରଣ କରିଛି । କଲେଜର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଗତ କାଲି ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭିଷଣ ଗଣ୍ଡୋଗୋଳ ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ବି-ଟେକ୍ ଶେଷବର୍ଷର ୫ ଜଣ ଛାତ୍ରଙ୍କୁ ଅଟକ ରଖିଥିଲା । ଗୋଟିଏ ଗୋଷ୍ଠୀର ୫ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଥିବାରୁ ଅସନ୍ତୋଷ ଧିରେ ଧିରେ କୁହୁଳିବାକୁ ଲାଗିଥିଲା ।

ସୂଚନା ଆଧାରରେ, ଆଇଜିଆଇଟି କଲେଜର ବି-ଟେକ୍ ଶେଷ ବର୍ଷର ଛାତ୍ର ଓ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା । ଯାହାରର ପରିଣାମ ଗତ ରାତିରେ ଦେଖିବାକୁ ମଳିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବୁଝାସୁଝା ହୋଇପାରୁନଥିବାରୁ ପରିସ୍ଥିତି ଏତେ ଉଗ୍ର ରୂପ ନେଇଥିଲା । ଯାହାର ପରିଣାମରେ କଲେଜ ପରିସର ରଣକ୍ଷେତ୍ରରେ ପରିଣତ ହୋଇଥଲା ।  ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବି-ଟେକ୍‌ ୪ର୍ଥ ବର୍ଷର ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି ।

କିନ୍ତୁ ଗୋଟିଏ ଗୋଷ୍ଠୀ ଛାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଗୋଟିଏ ମାମଲା ରୁଜୁ କରିଥିବାରୁ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି । ଏଥିଯୋଗୁ ମାମଲା ସମାଧାନ ହେବା ପରିବର୍ତ୍ତେ ଛାତ୍ର ଅଶାନ୍ତି ବଢ଼ିବାରେ ଲାଗିଛି।  କଲେଜ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଲେଜ ଗେଟରେ ତାଲା ପକାଯାଇଛି। ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ଚାପା ଉତ୍ତେଜନା ଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ')}

Leave a Reply