ଚିନ୍ମୟୀଙ୍କୁ ଖୋଜୁଛି ଅଗ୍ନିଶମ, ଗତକାଲି ପିସି ବ୍ରିଜରୁ ଡେଇଁଥିଲେ

1 min read

ସମ୍ବଲପୁର: ବୁର୍ଲା ପିସି ବ୍ରିଜରୁ ଡେଇଁ ପୂର୍ବତନ ଭିସୁଟ୍ ଛାତ୍ରୀ ନିଖୋଜ ଘଟଣା । ଏଯାଏ ଯୁବତୀଙ୍କ କୌଣସି ପତ୍ତା ମିଳିନି । ସକାଳୁ ପୁଣି ପାୱାର କେନାଲରେ ଅଗ୍ନିଶମ ବାହିନୀର ଖୋଜାଖୋଜି ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପରିବାରଲୋକ ।

ଗତକାଲି ଯୁବତୀ ଜଣକ ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ଅଛନ୍ତି । ଛାତ୍ରୀ ଜଣକ ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ l ତେବେ ସାଙ୍ଗମାନଙ୍କ ସହିତ ବ୍ରିଜ ଅଂଚଳକୁ ବୁଲିବାକୁ ଆସିଥିଲେ l ତେବେ ସେହି ସମୟରେ କୌଣସି କାରଣରୁ ବ୍ରିଜ ତଳକୁ ଡେଇଁଛନ୍ତି କି କେହି ଠେଲି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । ଛାତ୍ରୀ ଜଣକ ଭିସୁଟରେ ପଢ଼ିବା ବେଳେ ରୋହିଣୀ ହଷ୍ଟେଲରେ ରହୁଥିଲେ ।