ବିଚ୍ ରାସ୍ତାରେ ପ୍ରତିଶୋଧ ନେବାକୁ ଛକିଥିଲା ଛାତ୍ର, ପ୍ରଧାନ ଶିକ୍ଷକଙ୍କୁ କଲା ଗୁଳିମାଡ

ଲକ୍ଷ୍ନୌ: ପ୍ରଧାନ ଶିକ୍ଷକ ଗାଳି କଲେ ବୋଲି ଗୁଳି ମାରିଦେଲା ଛାତ୍ର । ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଘଟଣା । ସାଙ୍ଗଙ୍କ ଆଗରେ ସ୍କୁଲ ପ୍ରଧାନ ଶିକ୍ଷକ ଗାଳି କରିବା ପରେ ଅପମାନିତ ହୋଇ ଛାତ୍ର ଏଭଳି କାଣ୍ଡ ଘଟାଇଛି ।

ଆଦର୍ଶ ରାମସ୍ବରୁପ ଇଣ୍ଟର କଲେଜ ନିକଟରେ ପ୍ରିନ୍ସିପାଲ ରାମ ସିଂ ବର୍ମା ଯାଉଥିବା ବେଳେ ବାଟରେ ଛକିଥିଲା ଛାତ୍ର ଗୁରିନ୍ଦର ସିଂହ  । ହଠାତ୍‌ ସାରଙ୍କ ଆଗକୁ ଆସି ଗୁରିନ୍ଦର ଦୁଇ ଥର ଫାୟାରିଂ କରିଥିଲା । ଆଉ ଥରେ ଗୁଳି ମାରିବାକୁ  ଯାଉଥିବା ବେଳେ ଗୁରିନ୍ଦରକୁ ଠେଲି ଦେଇ ପଳାଇଥିଲେ ରାମ ସିଂ।

କିଛି ବାଟ ଯାଇ ଗୁରୁତର ହୋଇପଡିଥିଲେ ରାମ ସିଂ । ସେଠାରୁ ତାଙ୍କୁ କିଛି ଲୋକେ ନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଗୁଳିମାରି ଫେରାର ହୋଇଯାଇଛି ଛାତ୍ର ଗୁରିନ୍ଦର ସିଂହ ।