ଅଠର ହଜାର ପାୱାର କେନାଲରେ ନିଖୋଜ ଘଟଣା, ଏବେବି ମିଳୁନି ଛାତ୍ରୀଙ୍କ ପତ୍ତା
ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ ଛାତ୍ରୀ ଅଠର ହଜାର ପାୱାର କେନାଲରେ ନିଖୋଜ ଘଟଣା। ଏ ପଯ୍ୟନ୍ତ ଛାତ୍ରୀ ଜଣକ ନିଖୋଜ ଥିବାବେଳେ ତାଙ୍କର କୌଣସି ପତ୍ତା ମିଳୁନି। ଅଗ୍ନିଶମ ବାହୀନିର ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।
ଦୁଇଦିନ ହେଲା ଅଗ୍ନିଶମ ବାହିନୀର ଦୁଇଟି ଟିମ ଖୋଜାଖୋଜି କରୁଛନ୍ତି ହେଲେ ପାଣି ପ୍ରବଳ ଥିବାରୁ ଖୋଜିବାରେ ମୁସ୍କିଲ ହେଉଛି। ଛାତ୍ରୀ ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବାବେଳେ ସେଲଫି ନେଉଥିବା ସମୟରେ ଗୋଡଖସି ଯାଇଥିବାରୁ ପାଣିରେ ଭାଷି ଯାଇଥିଲେ।
ଅଧିକ ପଢନ୍ତୁ- ଅଠର ହଜାର ପାଓ୍ବାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ
