କୋଏଲ ନଦୀରେ ଛାତ୍ର ବୁଡ଼ିବା ଘଟଣା, ଆଉ ଜଣଙ୍କ ମୃତଦେହ ଉଦ୍ଧାର

Hand drowning man sticking out of the water
ରାଉରକେଲା: ରାଉରକେଲାର କୋଏଲ ନଦୀରେ ଛାତ୍ର ବୁଡ଼ିଯିବା ଘଟଣାରେ ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଦୁଇଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ସୂଚନା ଅନୁସାରେ ଗତକାଲି ଏକ ଇଂରାଜୀ ବିଦ୍ୟାଳୟର କିଛି ଛାତ୍ର ବଣଭୋଜି କରିଵାକୁ ଯାଇଥିଲେ । କୋଏଲ ନଦୀର ଜାମସେରା ଘାଟରେ ଗାଧୋଇବା ସମୟରେ ୪ ଜଣ ଛାତ୍ର ଵୁଡି ଯାଇଥିଲେ । ଛାତ୍ରମାନେ ବୁଡି ଯାଉଥିବା ଦେଖି ସ୍ଥାନୀୟ ବାସିନ୍ଦା ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।
ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ୨ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ବହୁ ଖୋଜାଖୋଜି ପରେ ଆଜି ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବନ୍ଧମୁଣ୍ଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।