ମାଟ୍ରିକ ପରୀକ୍ଷା ଦେବାକୁ ସ୍କୁଲ ବାହାରି ଥିଲେ, ସାଇକେଲରୁ ପଡ଼ି ଚାଲିଗଲା ଜୀବନ

ଝାରସୁଗୁଡ଼ା: ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍‌ସ, ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଗଲା ଛାତ୍ରଙ୍କ ଜୀବନ। ମୃତକ ହେଉଛନ୍ତି ଝାରସୁଗୁଡ଼ା ସୁଲେଇ ଭଉଁରା ଗାଁର ଇଶ୍ୱର ରୋହିଦାସ । ସାଇକେଲରେ ବାଘଡିହି ସ୍କୁଲ ସେଣ୍ଟରକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ବାଟରେ ସାଇକେଲରୁ ପଡି ଅଚେତ ହୋଇଯାଇଥିଲେ । ଗାଁଲୋକେ ଆମ୍ବୁଲାନ୍‌ସ ଡାକିଥିଲେ ।

ହେଲେ ଆମ୍ବୁଲାନ୍‌ସ ୨ଘଣ୍ଟା ବିଳମ୍ବରେ ଆସିଥିଲା । ଇଶ୍ୱରଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଲଇକେରା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply