ମୃତ୍ୟୁ ଏମିତି ବି ଆସେ: ଖେଳୁ ଖେଲୁ ଜୀବନ ନାଟକରେ ଗାର ଟାଣିଥିଲା ନିୟତି

1 min read

ମୃତ୍ୟୁ କେତେବେଳେ କାହାକୁ ମାଡ଼ିବସିବ କିଛି କହି ହେବ ନାହିଁ । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ପରିସରରେ ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଆହା କହିବେ । ଆଉ ଏହି ଘଟଣା ନେଇ ସେଠି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଘଟଣାଟି ଏମତି…. ।
ରିସେସ୍‌ ସମୟରେ ଧୁମ୍‌ ଖେଳ ଚାଲିଥିଲା । କିନ୍ତୁ କିଏବା ଜାଣିଥିଲା ଏହି ଖେଳ ପଛରେ କାଳ ରହିଛି ବୋଲି । ହଠାତ୍ ଏକ ଗଛ ପଡ଼ିଲା ଦ୍ୱିତୀୟ ଶ୍ରେଣୀ ଛାତ୍ର ମୁନା ପ୍ରଧାନଙ୍କ ଉପରେ । ବାସ୍ ସେଇଠି ଖୁସି ଖେଳ ଶେଷ, ଆରମ୍ଭ ହେଲା ନିୟତିର ଲୁଚକାଳି ଖେଳ । ମୁନାର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ମୁନାକୁ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ମୁନାକୁ ମୃତ ଘୋଷଣା କରିଥିଲେ । ସମସ୍ତେ ଠାକୁରଙ୍କୁ ଡାକୁଥିଲେ ମୁନା ବଞ୍ଚିଯାଉ । କିନ୍ତୁ ମୁନାର ଜୀବନ ନାଟକରେ ଗାର ଟାଣିଥିଲା ନିୟତି ।

 

ମୁନାର ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାସହ ଗ୍ରାମବାସୀ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଟକ ରିଖିଥିଲେ । ଘଟଣା ସ୍ଥଳରେ ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ ।

ସେପଟେ ଏହି ଘଟଣା ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଉଦୟନାଥ ତ୍ରୀପାଠୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ ମୁନାଙ୍କ ପରିବାରକୁ ରେଡକ୍ରସ୍ ପକ୍ଷରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ')}

Leave a Reply