ସ୍କୁଲ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ରାୟଗଡା: ପଦ୍ମପୁର ବ୍ଲକରେ ଅଘଟଣ । ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ରୀଙ୍କର ମୃତ୍ୟୁ । ବିଚିକଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଘଟଣ । ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଆହୁତି ଶବର । ମଧ୍ୟାହ୍ନରେ ପାଚେରି ନିକଟରେ ଠିଆ ହୋଇଥିବାବେଳେ ହଠାତ ତାହା ଭୁଶୁଡ଼ି ପଡ଼ିଥିଲା ।
ପାଚେରୀ ତଳେ ଚାପି ହୋଇଯାଇଥିଲେ ଆହୁତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ଏଭଳି ଏକ ଘକର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।