ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଚାଲିଗଲା ଜୀବନ

ବାଲେଶ୍ୱର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଚାଲିଗଲା ଜୀବନ । ପରୀକ୍ଷା ଦେବାକୁ ପ୍ରସ୍ତୁତ ବେଳେ ଟଳି ପଡିଲେ ଛାତ୍ର। ବାହାନଗା ବ୍ଲକ ବାରିପଦା ଗ୍ରାମର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲ ଛାତ୍ର।

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ଚନ୍ଦ୍ରଶେଖର ପଡୋଶୀ ଘରେ ଭୋଜି ଖାଇ ଅସୁସ୍ଥ ହୋଇ ପଡିଥିଲେ। ଗତକାଲି ଡାକ୍ତର ଦେଖାଇ ଔଷଧ ଖାଇଥିଲା। ସକାଳେ ମା’ ଚନ୍ଦ୍ରଶେଖରକୁ ମାଟ୍ରିକ ପରୀକ୍ଷା ପାଇଁ ଗାଧୋଇ ଦେଇଥିଲେ। ଚନ୍ଦ୍ରଶେଖର ୫ କିଲୋମିଟର ଦୂର କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲେ । ଗାଧୋଇବା ପରେ ହଠାତ ଟଳି ପଡିବାରୁ ତାକୁ ସୋର ଡାକ୍ତରଖାନା ପରିବାର ଲୋକେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।