ହଷ୍ଟେଲରୁ ମୋବାଇଲ ଜବତ ହେଲା ବୋଲି ଝୁଲିପଡିଲେ ଛାତ୍ର

1 min read

ଖୋର୍ଦ୍ଧା: ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଖୋର୍ଦ୍ଧା- ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ସ୍କୁଲ ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ହେଲେ ପାରଳାଖେମୁଣ୍ଡି ଅଞ୍ଚଳର ପାବିଲ୍ୟାସ କାର୍ଜୀ । ସେ ଦଶମ ଶ୍ରେଣୀରେ ପଢୁଥିଲେ । ଛାତ୍ରଙ୍କ ମୃତଦେହ ଗତ ରାତିରେ ଗଛରେ ଝୁଲୁଥିବା ଦେଖି ସ୍କୁଲ ଅଧ୍ୟକ୍ଷ ପୋଲିସକୁ ଖବର ଦେଇଥିଲେ ।

ହଷ୍ଟେଲ ପାଖରେ ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ହଷ୍ଟେଲରୁ ଏହି ଛାତ୍ରଙ୍କ ନିକଟରୁ ସ୍କୁଲ କର୍ତ୍ତୃପକ୍ଷ ମୋବାଇଲ ଫୋନ୍ ଜବତ କରିଥିଲେ। ହଷ୍ଟେଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଥିଲା । ଏହାପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କଠାରୁ ମୋବାଇଲ୍‌ ଜବତ ହୋଇଥିବାରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ ଏବଂ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରଙ୍କ ପରିବାରକୁ ଖବର ଦିଆଯାଇଛି ।