spot_img

Latest Posts

ଫର୍ମ ଫିଲଅପ୍ ଫି’ ବୃଦ୍ଧିକୁ ନେଇ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମୁହାଁମୁହିଁ

ଜଗତସିଂହପୁର: ଯୁକ୍ତ ୩ ଫର୍ମ ଫିଲଅପ୍ ଫି’ ବୃଦ୍ଧିର ପ୍ରତିବାଦ। ଜଗତସିଂହପୁର ଏସଭିଏମ କଲେଜରେ ପ୍ରବଳ ଉତ୍ତେଜନା। ମୁହାଁମୁହିଁ ସ୍ଥିତି, ପୋଲିସ ମୁତୟନ। କଲେଜ ଫାଟକ ବନ୍ଦ କରି ଧାରଣାରେ ଛାତ୍ରଛାତ୍ରୀ। ସୂଚନା ଅନୁସାରେ ଜଗତସିଂହପୁର ଏସଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନିର ପ୍ରଥମ ଦୂତୀୟ ଓ ତୃତୀୟ ବର୍ଷର ପରୀକ୍ଷା ପେପର ପିଛା ଶହେ ଟଙ୍କା ଲେଖାଏଁ ନିଆଯାଉଥିଲା। ବର୍ତ୍ତମାନ କରୋନା ମହାମାରୀ ପରେ ଅଫଲାଇନ ପରୀକ୍ଷା କରାଯିବ। କିନ୍ତୁ ଏବେ ପେପର ପିଛା ଶହେ ବଦଳରେ ୨ ଶହ ଟଙ୍କା କରାଯିବାରୁ ୫ଟା ପେପରକୁ ପାଞ୍ଚ ଶହ ବଦଳରେ ହଜାର ଟଙ୍କା ଦେବାକୁ ପଡ଼ିବ। ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଏତେ ଟଙ୍କା ଦେବାକୁ ବାଧୁଛି।

ଏହାକୁ ନେଇ କଲେଜରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରଛାତ୍ରୀ କଲେଜର ମୁଖ୍ୟ ଫାଟକ ବନ୍ଦ କରି କଲେଜ ସମୁଖରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଫର୍ମ ଫିଲଅପ୍ ଫି ହ୍ରାସ କରାନଯାଏ, ଧାରଣା ଜାରି ରହିବ ବୋଲି ଜିଦରେ ଅଟଳ ଛାତ୍ରଛାତ୍ରୀ। କଲେଜ ଅଧକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ବିଫଳ ହେବାରୁ ଅଧକ୍ଷ ଓ ଛାତ୍ରଙ୍କ ମଧ୍ୟରେ ମୁଁହା ମୁହିଁ ପରିସ୍ଥିତି ଉପୁଜିଥିଲା। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ସେପଟେ ଅନଲାଇନ ପରୀକ୍ଷା ବଦଳରେ ଅଫଲାଇନ ପରୀକ୍ଷାରେ ଖର୍ଚ୍ଚ ବଢି ଯିବାରୁ ଫର୍ମ ଫିଲ୍ପ ଅର୍ଥ ବୃଦ୍ଧି କରାଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି।

Latest Posts

Don't Miss