ଟ୍ରଲିର ତିନି ଚକରେ ଅଟକି ଯାଇଛି ୩ ଅନାଥ ଶିଶୁଙ୍କ ଭାଗ୍ୟ, ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ: ବହି,ବସ୍ତାନୀର ଭାର ନୁହେଁ ପରିବାର ଚଳାଇବାର ଭାର ନୁଆଁଦେଇଛି କଅଁଳ କାନ୍ଧ। ଖେଳକୁଦ ବୟସରେ ଚାଲିଛି ଜୀବନ ଯୁଦ୍ଧ। ଅଡ଼ୁଆ ସୁତାରେ ଛନ୍ଦି ହେବାରେ ଲାଗିଛି ପୁରା ଭବିଷ୍ୟତ। କୁନି ହାତରେ ଯେଉଁ ସମୟରେ କଲମ ରହିବା କଥା ସେହି ହାତରେ ରହିଛି ଜୀବନ ସଂଘର୍ଷର ରଥକୁ ଟାଣିବାର ଦଉଡ଼ି। ଅନାଥ ଓ ଅସହାୟତା ଭିତରେ ଚାପି ହୋଇ ଯାଇଛି ତିନି ନିରୀହ ଶିଶୁଙ୍କ ଭାଗ୍ୟ। ୩ ଅନାଥ ଶିଶୁଙ୍କ  ପାଇଁ ଜୀବନ ଭୂଗୋଳ ଭିତରେ ବଞ୍ଚିବା ରାହା ଖୋଜିବା ହୋଇ ପଡିଛି କଷ୍ଟ।

ଇଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଗାଁର ତିନି ଅନାଥ ଶିଶୁ। ସ୍ୱର୍ଣ୍ଣଲତା, ସୁଶ୍ରୀସଙ୍ଗୀତା ଏବଂ ସତ୍ୟବ୍ରତ। ଜୀବନ ସେମାନଙ୍କ ପାଇଁ ଯୁଦ୍ଧ। ବଂଚିବା ପାଇଁ ସଂଘର୍ଷ ନିତିଦିନର କାହାଣୀ। ଦିନେ ସେମାନେ ଥିଲେ ବାପା ମା’ଙ୍କ ଆଖିର ତାରା। କିନ୍ତୁ ୬ ବର୍ଷ ତଳେ ଭାଗ୍ୟ ଏମିତି କଡ ଲେଉଟାଇଲା ଯେ, ଏବେ ଜୀବନ ସେମାନଙ୍କ ପାଇଁ ଯନ୍ତ୍ରଣା। ୬ ବର୍ଷ ତଳେ କ୍ୟାନସରରେ ମାଆ କୁନି ସେଠୀ ଆରପାରିକୁ ଚାଲିଗଲେ। ଏହାପରେ ବାପା ବଳରାମ ସେଠୀ ମାନସିକ ଭାରସାମ୍ୟ ହରାଇ କେଉଁ ଆଡେ ଚାଲିଗଲେ। ଦୁଃଖର ସାଗରରେ ରହିଗଲେ ତିନି ଅନାଥ ଶିଶୁ।

ସେବେଠାରୁ ସତ୍ୟବ୍ରତ ପାଲଟି ଯାଇଛନ୍ତି ବାକି ଦୁଇ ଭଉଣୀଙ୍କ ପାଇଁ ବାପା ମା। ଗୋଟିଏ ଟ୍ରଲି ଟାଣି ସେ ଗଡ଼ାଇ ଚାଲିଛନ୍ତି ଜୀବନ ରଥ। ପୁରା ପରିବାର ପାଇଁ ଟ୍ରଲି ହେଉଛି ରୋଜଗାରର ଏକମାତ୍ର ଭରସ । ଯେଉଁଦିନ ଚକ ଅଟକି ଯାଏ ସେଦିନ ପୁରା ପରିବାରକୁ ପେଟ ଭୋକକୁ ପେଟରେ ମାରିବାକୁ ପଡେ। ଟ୍ରଲି ଚାଲିଲେ ଚୁଲି ଜଳେ। ପେଟକୁ ଗଣ୍ଡେ ଦାନା ମିଳେ ନହେଲେ ନାଇଁ। ୧୧ ବର୍ଷ ବୟସରେ ସତ୍ୟବ୍ରତର କାନ୍ଧ ଏବେ ବୋହୁଛି ପରିବାର ବୋଝ।

ସାହାରା କହିବାକୁ ଗଲେ ସରକାରଙ୍କ ତରଫରୁ ମିଳୁଥିବା ୫ କେଜି ଚାଉଳ, ଭଙ୍ଗା ଦଦାରା ଘର ଏବଂ ଗାଁ ଲୋକଙ୍କର ଦିନେ ଅଧିଆ ସାହାଯ୍ୟ। ପାଠ ପଢିବା ପାଇଁ ବହୁ ଆଶା ଓ ଆକାଂକ୍ଷା। ହେଲେ ଟ୍ରଲି ଟାଣି ୫୦ ରୁ ୬୦ ଟଙ୍କାର ରୋଜଗାର ସବୁ ଆଶକୁ ନିରାଶାରେ ପରିଣତ କରିଦେଉଛି। ଦୁଃଖ ଦରିଆରେ ବହୁ କଷ୍ଟରେ

 

Leave a Reply