ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଖଣ୍ଡପଡା ବ୍ଲକ ପରିସରରେ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ଖଣ୍ଡପଡା ବ୍ଲକ ପରିସରରେ ଧାରଣା । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ସୁପର ଭାଇଜରଙ୍କ ବିରୋଧରେ ବ୍ଲକ ପରିସରରେ ଧାରଣା ଦିଆଯିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କେ କେଟେଶ୍ୱରି ଓ ସୁପରଭାଇଜର ଲକ୍ଷ୍ମୀ ବସନ୍ତରାୟଙ୍କ କାର୍ଯ୍ୟକଳାପକୁ ନେଇ ବ୍ଲକ୍ ଅଙ୍ଗନୱାଡି କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉଭୟ ଅଧିକାରିଣୀଙ୍କ ବିରୋଧରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଖଣ୍ଡପଡା ବ୍ଲକ କାର୍ଯ୍ୟଳୟ ପରିସରରେ ଧାରଣା ଦିଆଯାଇଥିଲା । ଧାରଣାସ୍ଥଳରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଉପସଭାପତି ନିରଞ୍ଜନ ଦାସ, ନୟାଗଡ ଜିଲ୍ଲା ମହିଳା ସଭାନେତ୍ରି କନକଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦିଆଯାଇଛି । ୧୫ ଦିନ ମଧ୍ୟରେ ସିଡିପିଓ ଓ ସୁପର ଭାଇଜରଙ୍କ ବିରୁଦ୍ଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାନଯାଏ । ତେବେ ଆନ୍ଦୋଳନକୁ ତିବ୍ରତର କରାଯିବା ସହ ଉଚ୍ଚ ନ୍ୟାୟାଳୟରେ ମାମଲା କରାଯିବ ବୋଲି ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି କହିଛନ୍ତି।