ରମାଦେବୀ ଛାତ୍ରୀଙ୍କ ଦାବି, ‘ଭ୍ୟାକ୍ସିନ ନ ବାହାରିବା ଯାଏଁ ପରୀକ୍ଷା ବନ୍ଦ’

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଧାରଣା।  କରୋନା  ସଂକ୍ରମଣ କାଳରେ ପରୀକ୍ଷା ନକରିବା ପାଇଁ ଦାବି କରୁଛନ୍ତି ଛାତ୍ରୀ । ସଂକ୍ରମଣ ବଢୁଥିବା ବେଳେ ପରୀକ୍ଷା କରିବା ବିପଜ୍ନନକ ବୋଲି କହୁଛନ୍ତି ଛାକ୍ତୀ । ସେମାନଙ୍କ ଦାବି ଯେ, ଯେପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନ ନବାବାହାରିଛି ସେପର୍ଯ୍ୟନ୍ତ ପରୀକ୍ଷା ନହେଉ । ପରିକ୍ଷା ବାତିଲ କରିବା ନେଇ ନିଜ ଜିଦରେ ଅଡ଼ି ବସିଛନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରୀ  । ଅନ୍ୟପକ୍ଷରେ  ପରୀକ୍ଷା ରାଜ୍ୟର ସବୁ କଲେଜରେ ଅନୁଷ୍ଠିତ ହେଲେ ଆରଡିରେ ବି  ହେବ ବୋଲି କୁଳପତି କହିଛନ୍ତି ।

ଯାହାକୁ ବିରୋଧ କରିଛନ୍ତି ଛାତ୍ରୀମାନେ । ଏନେଇ କଲେଜ ଆଗରେ ଧାରଣା ଦେଇଛନ୍ତି । କଲେଜ ସମ୍ମୁଖରେ ବ୍ୟାନର ପୋଷ୍ଟେର ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରୀ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଆଜି ଛାତ୍ରୀଙ୍କୁ ବ୍ୟାନର ସହ ବସିଥିବା ଦେଖିବାକୁ ମିଳିଥିଲା ।

ବ୍ୟାନରରେ ନୋ ଭ୍ୟାକ୍ସିନ୍,ନୋ ଏଗଜାମ୍  ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ରମାଦେବୀ ଛାତ୍ରୀଙ୍କ ଏଭଳି ବ୍ୟାନରକୁ ନେଇ ଢେର ଆଲୋଚନା ହେଉଛି । କାରଣ କରୋନା ଭ୍ୟାକ୍ସିନ୍ ଆସିବାକୁ ଆହୁରି ସମୟ ଅଛି । ଭ୍ୟାକ୍ସିନ୍ ଉପରେ ଗବେଷଣା କରୁଥିବା ବିଶ୍ୱର କିଛି ମେଡିକାଲ ଫାର୍ମ ମଧ୍ୟ ଟିକା ୨୦୨୦ ସରିବା ଭିତରେ ଆସିବାକୁ ନେଇ ନିଶ୍ଚିନ୍ତ ନୁହନ୍ତି ।

Leave a Reply