ଜାନୁଆରୀ ପହିଲାରୁ କଡ଼ାକଡି ହେବ ଟ୍ରାଫିକ ନିୟମ: ପଦ୍ମନାଭ ବେହେରା

ଭୁବନେଶ୍ୱର: ନୂଆ ବର୍ଷରେ ଲାଗୁ ହେବ ନୂଆ ନିୟମ । ଜାନୁଆରୀ ପହିଲାରୁ କଡ଼ାକଡି ହେବ ଟ୍ରାଫିକ ନିୟମ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଗାଡ଼ି ପଛରେ ବସିଲେ ବି ହେଲମେଟ ପିନ୍ଧିବା ହେବ ବାଧ୍ୟତା ମୂଳକ । ପୂର୍ବରୁ ଗାଡ଼ି ଚାଳକ ହେଲମେଟ ପିନ୍ଧିବା ନେଇ ନିୟମ କଡ଼ା କଡ଼ି ହୋଇଥିଲା ।

ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଗାଡ଼ିରେ ଦୁଇଜଣ ହେଲପିନ୍ଧିବା ନେଇ  ୨୦୧୯ରେ ପାସ ହୋଇଥିଲେ । କିନ୍ତୁ କୋରୋନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ଏବେ ଲୋକ ଏନେଇ ସଚେତନ ହୋଇଛନ୍ତି । ତେଣୁ ଦୁଇ ଜଣ ହେଲମେଣ୍ଟ ପିନ୍ଧିବା ନିୟମ କଡାକଡି କାର୍ଯ୍ୟକାରୀ ହେବ । ସରକାରଙ୍କ ଲକ୍ଷ ଜନସାଧାରଣଙ୍କ ଜନ ଜୀବନ ସୁରକ୍ଷା । ତେଣୁ ସମସ୍ତେ ସଚେତନ ହେବେ ଏବଂ ଏନେଇ ଜୋରଦାର ଚେକିଂ ମଧ୍ୟ କରାଯିବ । କେବଳ ସେତିକି ନୁହେଁ ଡିଏଲ କାର୍ଯ୍ୟ ବି ଆରମ୍ଭ ହୋଇଯାଇଛି । ୫ଲକ୍ଷ ଡିଏଲ ଓ ଏଲଲ୍ କାର୍ଯ୍ୟ ଆରମ୍ଭ ହୋଇଛି ।

ଅନ୍ୟପଟେ, ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ସ୍ଥିତି ଶାନ୍ତି ପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ କରାଯାଇଥିବା ବେଳେ ୧୦୦ଜଣଙ୍କୁ ଅଟକ ରଖିଛି ପୋଲିସ । କଟକ ଭୁବନେଶ୍ୱରରେ ଶହେ ଜଣ ବିନା ହେଲମେଟ ରାଲି କରୁଥିବା ବେଳେ ସିସିଟିଭିରୁ ବାଇକର ନମ୍ବର ସଂଗ୍ରହ କରାଯାଇଥିଲା । ଏବଂ  ସେମାନଙ୍କୁ ଚିହ୍ନୟ କରାଯାଇ ପୋଲିସ ଅଟକ ରଖିଛି । ତେବେ ବିରୋଧରେ ଚାଲାଣ କଟାଯିବ ବୋଲି ପୋଲିସ କମିଶନରଙ୍କ ପତିକ୍ରିୟା ଦେଇଛନ୍ତି ।

Leave a Reply