‘କ୍ୱାରେଣ୍ଟାଇନ୍‌ ସେଣ୍ଟର’ ହିଁ କରୋନା ଯୁଦ୍ଧରେ ଆମକୁ ସଫଳ କିମ୍ୱା ବିଫଳ କରାଇବ

1 min read

ଭୁବନେଶ୍ୱର: ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ କଥାହେଲେ ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ । ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରୋନା ମୁକାବିଲା ଦିଗରେ ସେମାନଙ୍କୁ ଦାୟିତ୍ୱ ନେଇ କଲେ ଆଲୋଚନା । ଜିଲ୍ଲାରେ କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା ଦିଗରେ ସେମାନଙ୍କ ଦାୟିତ୍ୱ ନେଇ ମଧ୍ୟ ଅବଗତ କରାଇଲେ ୫-ଟି ସଚିବ ।

https://www.facebook.com/NandighoshaTV/videos/2961666123926498/

ସରପଞ୍ଚଙ୍କ ସହ ଆଲୋଚନା ବେଳେ ୫-ଟି ସଚିବ କହିଛନ୍ତି ଯେ, କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା ଦିଗରେ ସରକାରଙ୍କ ନିୟମକୁ କିଭଳି ଭାବେ ପାଳନ କରୁଛେ ତାହା ହିଁ ଆମକୁ କରୋନା ବିରୋଧରେ ସଫଳ କିମ୍ୱା ବିଫଳ କରାଇବ । ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ନେଇ ସରପଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହାକୁ ଅନୁଭବ କରି ହିଁ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ନ୍ୟସ୍ତ କରିଛନ୍ତି ।

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ସହିତ ଅନ୍ୟ ବିକାଶମୂଳକ କାର୍ଯ୍ୟରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେବେ କରୋନା ମୁକାବିଲା ଦିଗରେ ତାଙ୍କ ଭୂମିକାକୁ ତାଙ୍କ ଗ୍ରାମପଞ୍ଚାୟତର ଲୋକେ ସର୍ବାଦା ମନେରଖିବେ । ଯେଉଁ ସରପଞ୍ଚମାନେ ନିଜ ଗ୍ରାମପଞ୍ଚାତରେ କରୋନା ପ୍ରବେଶରୁ ରୋକିପାରିବେ ସେମାନେ ଉତ୍ସବ ମନାଇବେ ।

Leave a Reply