ଗଞ୍ଜାମରେ ବଢ଼ିଲା ଲକ୍‌ଡାଉନ୍‌ କଟକଣା, ସକାଳ ୭ରୁ ଦିନ ୧୨ ଯାଏଁ ଖୋଲା ରହିବ ଦୋକାନ

strict lockdown rules imposed in ganjam

ଗଞ୍ଜାମ: ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଜିଲ୍ଲାରେ କଟକଣା ଆହୁରି କଡ଼ାକଡ଼ି ହେଲା । ଜୁନ୍‌ ମାସ ୩୦ ଯାଏଁ ଲକଡାଉନ କଟକଣା ନୂଆ ରୂପରେ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । କରୋନାକୁ ମାତ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତ ବଢୁଥିବା ନେଇ ଗଞ୍ଜାମ ପ୍ରଶାସନ ଜୁନ୍ ୩୦ ଯାଏଁ ସଟଡାଉନ୍ ଘୋଷଣା କରିଛି ।

ତେବେ ସଟଡାଉନ ଓ ଲକଡାଉନ୍ ଭଳି ନିୟମ ଯେତେ ଲାଗୁ କରାଯିବ କରୋନାକୁ ପରାସ୍ତ କରିବାରେ ଲୋକେ ସେତେ ସଫଳ ହେବେ । ନୂଆ ନିୟମ ଅନୁଯାୟୀ ସକାଳ ୭ ଟାରୁ ଦିନ ୧୨ ଟା ମଧ୍ୟରେ ଦୋକାନ ଖୋଲା ରହିବ । ଦିନ ୧୨ଟାରୁ ସକାଳ ୭ ପର୍ଯ୍ୟନ୍ତ ଲକଡାଉନ ନୀୟମ ବଳବତର ରହିବ ବାେଲି ସୂଚନା ଦିଆଯାଇଛି ।

ତେବେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ଅନ୍ୟାନ ଜରୁରୀକାଳୀନ ସେବା ଜାରି ରହିବ । ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପରେ ବନ୍ଦ ରହିବ । ସେହିପରି ସାପ୍ତାହିକ ସଟଡାଉନ ଅନୁଯାୟୀ ଶନିବାର ଓ ରବିବାର କଟକଣା ପୂର୍ବବତ ଜାରି ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

Leave a Reply