spot_img

Latest Posts

ପୋଲିସ ଅଧିକାରୀଙ୍କୁ କଡ଼ା ଚେତାବନୀ : ଏତଲା ପଞ୍ଜୀକରଣ ନକଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ:  ଏଥର ଏତଲା ପଞ୍ଜୀକରଣ ନକଲେ ପୋଲିସ ଅଧିକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ।  ଏତଲା ପଞ୍ଜୀକରଣ କ୍ଷେତ୍ରରେ ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗକୁ ନେଇ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ରହିଥିବା ନିୟମ ପାଳନ କରୁ ନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ମଧ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦିଆଯାଇଛି।

ନାଗରିକମାନେ ଥାନାକୁ ଅଭିଯୋଗ ନେଇ ଯାଉଛନ୍ତି; କିନ୍ତୁ ବହୁ ସଂଖ୍ୟାରେ ଏପରି ମାମଲା ଥାନାରେ ପଞ୍ଜୀକରଣ କରାଯାଉ ନାହିଁ । ଏହି ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶ (ଡିଜି) ଏକ ସବିଶେଷ ସତ୍ୟପାଠ ଦାଖଲ କରିବେ। କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଦ୍ବାରା କ୍ଷୁବ୍ଧ/ଅପମାନିତ ହେଲେ ବା ଫୌଜଦାରୀ ବିବାଦର ସମ୍ମୁଖୀନ ହେଲେ ଲୋକମାନେ ଥାନାକୁ ଯାଇଥାନ୍ତି। ଏଭଳି ମାମଲାରେ ପୋଲିସ ପଞ୍ଜୀକରଣ ନକଲେ ଏହା ସୁପ୍ରିମକୋର୍ଟଙ୍କ ‘ଲଳିତା କୁମାରୀ ବନାମ ୟୁପି ସରକାର’ ରାୟରେ ଉଲ୍ଲେଖ କରାଯାଇଥିବା ନିୟମାବଳୀର ଉଲ୍ଲଂଘନ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଲଳିତା କୁମାରୀ ରାୟରେ ପ୍ରଦାନ କରାଯାଇଥିବା ନିୟମାବଳୀ ରାଜ୍ୟର ସବୁ ଥାନାରେ ପ୍ରଦର୍ଶନ କରାଯିବ।

ଏହି ନିୟମାବଳୀ ରାଜ୍ୟର ସବୁ ଥାନା ମାନଙ୍କରେ ଉଭୟ ସ୍ଥାନୀୟ ଭାଷା ଓ ଇଂରାଜୀରେ ପ୍ରଦର୍ଶନ କରାଯିବା ଜରୁରୀ ବୋଲି କୁହାଯାଇଛି।  ଯାହାକୁ ପୋଲିସ ଡିଜି ଏହାକୁ  ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମାବଳୀ ପାଳନ କରୁ ନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଯେମିତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତାହା ଡିଜି ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଡିସେମ୍ବର ୨୧ ତାରିଖ ସୁଦ୍ଧା ଏ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Latest Posts

Don't Miss