spot_img

Latest Posts

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ସ୍ତ୍ରୀ-୨’, ପ୍ରଥମ ଦିନରେ କଲା ଏତିକି ରୋଜଗାର

ନନ୍ଦିଘୋଷ ବ୍ୟୁରୋ : ବହୁ ପ୍ରତିକ୍ଷାର ଅନ୍ତଃ ଘଟାଇ ରିଲିଜ ହୋଇଛି ଚଳଚ୍ଚିତ୍ର ସ୍ତ୍ରୀ-୨ । ଶ୍ରଦ୍ଧା କପୁର, ରାଜକୁମାର ରାଓଙ୍କ ଅଭିନୀତ ‘ସ୍ତ୍ରୀ-୨’ ଏକ ବକ୍ସ ଅଫିସରେ ଧମାଲ କରୁଛି । ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୫୦ କୋଟି ରୋଜଗାର କରିଛି ।  ପ୍ରଥମ ଦିନର ରୋଜଗାର ସଲମାନ ଖାନଙ୍କ ‘ଟାଇଗର’ ‘ଏବଂ’ ଭାରତ’କୁ ମଧ୍ୟ ପଛରେ ପକାଇଦେଇଛି ।

ପ୍ରଶଂସକମାନେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ‘ସ୍ତ୍ରୀ-୨ ବିଷୟରେ ବହୁତ ଉତ୍ସାହିତ ଥିଲେ ଏବଂ ଆଶା ଅନୁଯାୟୀ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଆଦୌ ନିରାଶ କରି ନାହିଁ। ‘ସ୍ତ୍ରୀ’ର ସଫଳତା ପରେ ସମସ୍ତେ ପ୍ରଶ୍ନ କରିଥିଲେ ଯେ ଏହି ହରର କମେଡିର ସିକ୍ୱେଲ ପୁଣି ଥରେ ଲୋକଙ୍କ ହୃଦୟ ଜିତିବାରେ ସକ୍ଷମ ହେବ କି? ଉତ୍ତର ସମସ୍ତଙ୍କ ସାମ୍ନାରେ ଅଛି, ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନକୁ ଛୁଇଁଛି । କେବଳ ଏତିକି ନୁହେଁ, ରୋଜଗାର କ୍ଷେତ୍ରରେ ମଧ୍ୟ ‘ସ୍ତ୍ରୀ-୨’ ଅର୍ଦ୍ଧ ଶତକ ପୂରଣ କରି ଇତିହାସ ସୃଷ୍ଟି କରିଛି  ।

୧୫ ଅଗଷ୍ଟରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ-୨’ ରେ ଦୁଇ ବଡ କଳାକାରଙ୍କ ସହ ପ୍ରତିଯୋଗିତା ହୋଇଥିଲା  । ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ୍ ମଧ୍ୟ ନିଜ ନିଜ ଚଳଚ୍ଚିତ୍ର ସହିତ ଆସିଥିଲେ  । କିନ୍ତୁ ‘ସ୍ତ୍ରୀ-୨’ ନିର୍ମାତାଙ୍କ ଦ୍ୱାରା କରାଯାଇଥିବା ପଦକ୍ଷେପ ସମଗ୍ର ଖେଳକୁ ବଦଳା ଦେଇଥିଲା  । ନିର୍ମାତାମାନେ ଅଗଷ୍ଟ ୧୪ ରେ ରାତି ୯.୩୦ ରେ ଫିଲ୍ମର ଏକ ପେଡ୍ ପ୍ରିଭ୍ୟୁ ଶୋ‘ ଆୟୋଜନ କରିଥିଲେ  । କେବଳ ଦୁଇଟି ଶୋ‘ ସହିତ ‘ସ୍ତ୍ରୀ-୨’ ୮.୩୫ କୋଟି ଟଙ୍କା ସଂଗ୍ରହ କରି ଅକ୍ଷୟ କୁମାରଙ୍କ ‘ଖେଲ ଖେଲ ମେ’ ଏବଂ ଜନ୍ ଅବ୍ରହାମଙ୍କ ‘ବେଦ’ ଉପରେ ବହୁତ ଚାପ ସୃଷ୍ଟି କରିଥିଲା । କିନ୍ତୁ ଯେତେବେଳେ ଫିଲ୍ମଟି ଆନୁଷ୍ଠାନିକ ଭାବେ ମୁକ୍ତିଲାଭ କରିଥିଲା, ‘ସ୍ତ୍ରୀ-୨’ ର ଯାଦୁ ଆରମ୍ଭ ହୋଇଥିଲା ।

ପ୍ରଥମ ଦିନରେ ‘ସ୍ତ୍ରୀ-୨’ କେତେ ରୋଜଗାର କଲା?

ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ୪୬ କୋଟି ଟଙ୍କାର ବ୍ୟବସାୟ କରିଛି। କହି ପାରିବା ଯଦି ଏହା କେବଳ ଆରମ୍ଭ ଆଗକୁ ଅନେକ ରେକର୍ଡ ବ୍ରେକ୍ କରିବ ବୋଲି ଫିଲ୍ମ ସମୀକ୍ଷକମାନେ ଆଶା ରଖିଛନ୍ତି ।  କିନ୍ତୁ ଏହା ସହିତ, ‘ସ୍ତ୍ରୀ-୨’ ପେଡ୍ ପ୍ରିଭ୍ୟୁ ଶୋ ସହିତ ୫୪.୩୫ କୋଟି ଟଙ୍କାର ରୋଜଗାର କରିଛି । ଯଦି ଆମେ ଶ୍ରେଷ୍ଠ ୩ ମୋଟ ଗ୍ରାସ ଇଣ୍ଡିଆ ଓପେନିଙ୍ଗ୍ ଚଳଚ୍ଚିତ୍ର ବିଷୟରେ କହିବା, ତାହା ହେଲେ ‘ସ୍ତ୍ରୀ-୨’ ଦ୍ୱିତୀୟ ସ୍ଥାନରେ ଅଛି  ।

 

Latest Posts

Don't Miss