ପୁନଃ କାର୍ଯ୍ୟକ୍ଷମ ହେବ କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନା

ଭୁବନେଶ୍ୱର: ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା । ବିଧିବଦ୍ଧ ଭାବେ ଟାଟା କମ୍ପାନୀ ହାତକୁ ଗଲା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ କାରଖାନା । 12 ହଜାର 100 କୋଟି ଟଙ୍କାରେ କାରଖାନାକୁ କିଣିଲା ଟାଟା କମ୍ପାନୀ । ଶ୍ରମିକଙ୍କ ବକେୟା ପାଉଣା ବାବଦକୁ ପ୍ରଦାନ କରାଯାଇଛି 380 କୋଟି ଟଙ୍କା । 10 ମିଲିଅନ ଟନକୁ ବଢ଼ିବ କାରଖାନାର ଉତ୍ପାଦନ କ୍ଷମତା ।

8 ବର୍ଷରେ 80 ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି । ଟାଟା କମ୍ପାନୀ । କଳିଙ୍ଗନଗର ଶିଳ୍ପାଞ୍ଚଳରେ 30 ମିଲିଅନ ଟନକୁ ବଢିବ ଇସ୍ପାତ ଉତ୍ପାଦନ କ୍ଷମତା । କଳିଙ୍ଗନଗରରେ 300 ଏକର ଜାଗାରେ ଷ୍ଟିଲ ଡାଉନ ଷ୍ଟ୍ରିମ ପାର୍କ ପ୍ରତିଷ୍ଠା କରାଯିବ । ପୂର୍ବରୁ ଯେଉଁ ଶ୍ରମିକ ମାନଙ୍କ ବକେୟା ରହିଛି ସେମାନଙ୍କୁ ମଧ୍ୟ ଭରଣ କରାଯିବ ।  ଯେଉଁଥିପାଇଁ  380 କୋଟି ଟଙ୍କା ଅଟକଳ ରଖାଯାଇଛି ।