ଏଭଳି ଏକ ମହାମାରୀ, ଯେଉଁଥିରେ ନାଚି ନାଚି ମରି ଯାଉଥିଲେ ଏକାଧିକ ଲୋକ

ନୂଆଦିଲ୍ଲୀ:  ୨୦୨୦ରେ ବିଶ୍ୱ ଦେଖିଛି ଜୀବନ ସୂର୍ଯ୍ୟାସ୍ତର ସମୟ । ସକାଳର ଉଦିତ ସୂର୍ଯ୍ୟ କିଭଳି ସଂନ୍ଧ୍ୟାରେ ମଉଳି ଯାଉଛି, ଆଉ ଡାକ୍ତରଖାନାକୁ ଯାଇଥିବା ପୁଅର ଘର ବାହୁଡ଼ାକୁ ମା ସେମିତି ବାଟ ଚାହିଁ ବସିଛି । ଏ ସବୁ ମଣିଷକୁ ବିବ୍ରତ କରି ଦେଇଛି । ଅନ୍ଧକାରମୟ ଜୀବନ ମଧ୍ୟକୁ ଠେଲି ଦେଇଛି କରୋନା ମହାମାରୀ । ଆଧୁନିକ ଯୁଗରେ ବୈଜ୍ଞାନିକଙ୍କ ଶତ ପ୍ରଚେଷ୍ଟା ପରେ ରୋଗୀର ଜୀବନ ବଞ୍ଚାଇବା ଏକ ପ୍ରକାରର ଚ୍ୟାଲେଞ୍ଜ ହୋଇ ଯାଇଛି । କିନ୍ତୁ କରୋନା ପଛର ବାସ୍ତବ କାରଣ କ’ଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ବିଶ୍ୱ ଏଭଳି ରହସ୍ୟମୟୀ ମହାମାରୀ ଦେଖିଛି । ଏହା ପୂର୍ବରୁ ମଧ୍ୟ ଭୟଙ୍କର ରୂପ ନେଇଥିଲା ସେହିଭଳି ଏକ ମହାମାରୀ । ଯେଉଁଥିରେ ଡ୍ୟାନ୍ସ କରି କରି ଲୋକ ମରି ଯାଉଥିଲେ ।

୨୦୨୦ରେ କରୋନା ମହାମାରୀ ଦୁନିଆକୁ ଖୁବ ସମସ୍ୟାରେ ପକାଇଲାଣି, ଆଉ ଏବେ ସାମାନ୍ୟ ବଞ୍ଚିବା ପାଇଁ ଚେଷ୍ଟା କରୁଛି ପୂରା ବିଶ୍ୱ । ଅବଶ୍ୟ ଆଜିଠାରୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଫ୍ରାନ୍ସରେ ଡ୍ୟାନ୍ସ ମହାମାରୀ କେତେ ଲୋକଙ୍କ ଜୀବନ ନେଇ ଯାଇଥିଲା । ଏମାନେ ରହସ୍ୟମୟୀ ଭାବରେ ଡ୍ୟାନ୍ସ କରି କରି ଚାଲି ଯାଉଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ଏମାନେ ସେପର୍ଯ୍ୟନ୍ତ ଡ୍ୟାନ୍ସ କରୁଥିଲେ ଯେପର୍ଯ୍ୟନ୍ତ ମୃତ୍ୟୁ ନହୋଇଛି ।
୧୪ ଜୁଲାଇ ୧୫୧୮କୁ ଫ୍ରାନ୍ସର ସହର ଷ୍ଟ୍ରେସବର୍ଗରେ ସବୁକିଛି ସାମାନ୍ୟ ଥିଲା । କିନ୍ତୁ ଅଚାନକ ଫ୍ରା ତ୍ରୋଫେ ନାମକ ଜଣେ ମହିଳା ସଡ଼କରେ ଡ୍ୟାନ୍ସ କରିବାକୁ ଲାଗିଲେ । ଯାହାପରେ ଲୋକଙ୍କର ମନୋରଞ୍ଜନ ହେଲା ଏବଂ ସ୍ଥାନୀୟ ଲୋକ ତାଳି ବଜାଇ ଏହି ସମୟକୁ ଖୁବ ଉପଭୋଗ କରିବାକୁ ଲାଗିଲେ । କିନ୍ତୁ ପରେ ଯାହା ଖୁଲାସା ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ବାସ୍ତବରେ ମହିଳା ଜଣକ ଛଅ ଦିନ ହେବ ରେଷ୍ଟ ନ ନେଇ ଡ୍ୟାନ୍ସ କରି ଆସୁଥିଲେ । ପ୍ରତି ରାତିରେ କ୍ଲାନ୍ତ ହୋଇ ମହିଳା ଜଣକ ଶୋଇ ଯାଉଥିଲେ । ସକାଳେ ଉଠିବା ମାତ୍ରେ ପୁଣି ଆରମ୍ଭ ହୋଇ ଯାଉଥିଲା ଡ୍ୟାନ୍ସ କରିବା ପ୍ରକ୍ରିୟା । ଗୋଟିଏ ସପ୍ତାହରେ ମହିଳାଙ୍କ ସହିତ ୩୪ ଜଣ ଯୋଗ ଦେଇ ସାରିଥିଲେ ଏବଂ ଗୋଟିଏ ମାସ ମଧ୍ୟରେ ଏହି ଡ୍ୟାନ୍ସ ମଣ୍ଡଳୀରେ ଚାରି ଶହ ଲୋକ ଯୋଗ ଦେଇ ସାରିଥିଲେ । ଯେତେବେଳେ ଡ୍ୟାନ୍ସ ନିଶା ଚରମ ସୀମାରେ ପହଞ୍ଚୁଥିଲା ସେତେବେଳେ ଅତି କମ୍‌ରେ ୧୫ ଜଣଙ୍କର ହାର୍ଟ ଆଟାକ୍‌କିମ୍ବା ଷ୍ଟ୍ରୋକରେ ଜୀବନ ଯାଉଥିଲା । ଘଟଣାକୁ ନେଇ ଦ୍ୱନ୍ଦରେ ପଡ଼ିଲା ପ୍ରଶାସନ । ଯେତେବେଳେ ପ୍ରଶାସନ ଘଟଣାକୁ ବୁଝିପାରିଲା ନାହିଁ ସେ ଦୁଇଜଣ ମ୍ୟାଜିସିଆନଙ୍କୁ ଡାକି ଡ୍ୟାନ୍ସ ପାଇଁ ଏକ ବଡ଼ ମଞ୍ଚ ନିର୍ମାଣ କଲେ । କାରଣ ପ୍ରଶାସନ ଭାବୁଥିଲାଯେ, ଏହାଦ୍ୱାରା ହୁଏତ ଲୋକଙ୍କ ମଧ୍ୟରେ ଥିବା ଏହି ପାଗଳାମି ବନ୍ଦ ହୋଇଯିବ । କିନ୍ତୁ କଥା ପୂରା ଓଲଟିଗଲା । ଅଧିକରୁ ଅଧିକ ଲୋକ ଏଥିରେ ଯୋଗ ଦେଲେ ଏବଂ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଲା ।

 

ଜନ ଓ୍ୱଲର ନାମକ ଜଣେ ଇତିହାସକାର ଏହି ବିଷୟରେ ଏକ ଓ୍ୱେବସାଇଟ ମାଧ୍ୟମରେ ଜଣାଇଥିଲେ । ଜନ୍‌ଙ୍କ ମୁତାବକ ୧୬ ଶତାବ୍ଦୀରେ ଜଣେ କ୍ୟାଥଲିକ ସନ୍ତଙ୍କ ବିଷୟରେ କୁହାଯାଉଥିଲାଯେ, ସେ ଲୋକଙ୍କୁ ଏଭଳି ଅଭିଶାପ ଦେଉଥିଲା, ଯାହାଦ୍ୱାରା ଡ୍ୟାନ୍ସ ମହାମାରୀରେ ଲୋକଙ୍କ ଜୀବନ ଯିବ ବୋଲି କୁହାଯାଉଥିଲା । କିନ୍ତୁ ୧୫୧୮ ଉକ୍ତ ଘଟଣା କେଉଁଠି ନା କେଉଁଠି ବାସ୍ତବ ଏବଂ ଅନ୍ଧ ବିଶ୍ୱାସକୁ ଏକାଠି କରି ଦେଇଥିଲା । ମହାମାରୀ ଲୋକଙ୍କୁ ନିଜ କବଜାକୁ ନେଇ ଯାଉଥିବା ଘଟଣା ଲୋକଙ୍କୁ ଖୁବ ଦ୍ୱନ୍ଦରେ ପକାଉଥିଲା ।

କିନ୍ତୁ ଏହାକୁ ନେଇ ଭିନ୍ନ ଥିଓରୀ ମଧ୍ୟ ରହିଛି । ଯେଉଁଥିରେ କୁହାଯାଇଛି ଏହି ଏହି ଲୋକମାନେ ଏକ ଡ୍ୟାନ୍ସ ଗ୍ରୁପ୍‌ର ଥିଲେ । ଏମାନେ କିଛି ଏରଗୋଟ ନାମକ ଫଙ୍ଗସ୍‌ଖାଇ ଦେଇଥିଲେ, ଯାହାର ପ୍ରଭାବରେ ଏଭଳି ଘଟଣା ଘଟୁଥିଲା । ଏହି ଫଙ୍ଗସ୍‌ଏଲଏସଡି ନାମକ ବିବାଦୀୟ ଡ୍ରଗ୍ସରେ ମିଳିଥାଏ । ମଡର୍ଣ୍ଣ ମେଡିକାଲ ଟର୍ମସ୍‌ରେ ଏହାକୁ ସାଇକୋଜେନିକ ରୋଗ କୁହାଯାଏ । ଏହା ଏଭଳି ଏକ ରୋଗ ଯେଉଁଥିରେ ମଣିଷ ସାଇକୋଲୋଜିକଲ କାରଣରୁ ଅଜବ ବ୍ୟବହାର କରିବାକୁ ଲାଗେ । ଅବଶ୍ୟ ଆଜି ମଧ୍ୟ ଏହି ଡ୍ୟାନ୍ସ ମହାମାରୀ ପଛର ବାସ୍ତବ କାରଣ ସାମ୍ନାକୁ ଆସିନାହିଁ ।

Leave a Reply