ଟଳିଲା ସଂକଟ: ସିଂହ ସଫାରୀରୁ ଉଦ୍ଧାର ହେଲେ ପର୍ଯ୍ୟଟକ
ମେଣ୍ଢାଶାଳ: ଟଳିଲା ସଙ୍କଟ । ଉଦ୍ଧାର ହେଲେ ପର୍ଯ୍ୟଟକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ ଫସି ରହିଥିଲା ସଫାରୀ ବସ । ଆଜି ମଧ୍ୟାହ୍ନରେ ପର୍ଯ୍ୟଟକମାନେ ସଫାରୀ ବୁଲିବା ସମୟରେ ସିଂହ ସଫାରୀରେ କାଦୁଆ ରାସ୍ତା ଯୋଗୁ ବସଟି ଦବି ଯାଇଥିଲା । ସିଂହ ସଫାରୀରେ ସିଂହମାନେ ମୁକ୍ତ ବିଚରଣ କରୁଥିବାରୁ ପର୍ଯ୍ୟଟକମାନେ ଆତଙ୍କିତ ହୋଇଯାଇଥିଲେ । ପଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଲାଗିଥିଲା ପ୍ରାୟ ୩ ଘଣ୍ଟାର ସମୟ । ସଫାରୀରେ ଥିବା ୩ଟି ସିଂହଙ୍କୁ ଫିଡିଙ୍ଗ ଚାମ୍ବର ନିଆଯାଇ ପଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସୁରକ୍ଷିତ ଭାବେ ସିଂହ ସଫାରୀରୁ ଉଦ୍ଧାର ହୋଇଛନ୍ତି ସମସ୍ତ ପଯ୍ୟଟକ । ।
ସୂଚନା ଯୋଗ୍ୟ ଯେ, ଦିନ ୧୨ ଘଣ୍ଟିକା ସମୟରେ ସିଂହ ସଫାରୀରେ ୨ଟି ବସ୍କୁ ଘେରିଥିଲେ ୨ଟି ସିଂହ । ବସ୍ରେ ୩୩ ଜଣ ପର୍ଯ୍ୟଟକ ଥିଲେ। ସଫାରୀ ଭିତରେ ରାସ୍ତାରେ ବସ୍ ଦବି ଯାଇଥିଲା। ଏହି ସମୟରେ ୨ଟି ସିଂହ ସଫାରୀ ବସ୍କୁ ଘେରି ଯାଇଥିଲେ। ତେବେ ଜଣେ ଗାଇଡ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି । ସିଂହମାନଙ୍କୁ ଫିଡିଂ ଚାମ୍ବରକୁ ନିଆଯାଇ ଆଉ ଏକ ବସ୍ ଯୋଗେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।